କଲମା ବ୍ୟାରେଜ ଗେଟ୍ ବନ୍ଦ ପ୍ରସଙ୍ଗରେ ତେଜିଲା ରାଜନୀତି : ବିଜେଡି କହିଲା, ମିଛ କହୁଛନ୍ତି ଛତିଶଗଡ଼ ସରକାର

32

କନକ ବ୍ୟୁରୋ : କଲମା ବ୍ୟାରେଜ ଗେଟ୍ ବନ୍ଦ ପ୍ରସଙ୍ଗରେ ତେଜିଲା ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ଛତିଶଗଡ଼ ସରକାର ଡାହା ମିଛ କହୁଛନ୍ତି ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି । ଗେଟ୍ ଖୋଲାଯାଉଥିବା ଓ ବନ୍ଦ କରାଯାଉଥିବାର ପ୍ରମାଣ ଅଛି ବୋଲି ବିଜେଡି କହିଛି ।

ଏଥିରେ ପ୍ରତିକ୍ରିୟା ରଖିଛି ବିଜେପି । ରାଜ୍ୟ ସରକାର ଆଗରୁ କାହିଁକି ନିଦରେ ଶୋଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପୁରୋହିତ । ଏହାସହ କିଏ ସତ କହୁଛି ରାଜ୍ୟବାସୀ ଜାଣିପାରୁନାହାଁନ୍ତି ଏବଂ ଓଡ଼ିଶାର ସ୍ୱାର୍ଥ ପ୍ରତି କ୍ଷତି ହେବାକୁ ଦିଆଯିବ ନାହିଁ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି ।