କଳାହାଣ୍ଡି : ରେଳ ଟ୍ରାକରେ ଫାଟ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ଦୁର୍ଘଟଣା

24

କନକ ବ୍ୟୁରୋ : ରେଳ ଟ୍ରାକରେ ଫାଟ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଗଲା ମାଲବାହୀ ଟ୍ରେନ୍ । କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଏଭଳି ଏକ ଟ୍ରେନ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । କେସିଙ୍ଗା ରେଳ ଷ୍ଟେସନ ଫାଟକ ନିକଟରେ ଆଜି ସକାଳ ୭ଟଶ ୨୫ମିନିଟ ସମୟରେ ବିଶାଖାପାଟଣା-ମନ୍ଦିରହାସଦା ମାଳବାହୀ ଟ୍ରେନ ରେଳ ଫାଟକ ଅତିକ୍ରମ କରୁଥିବା ସମୟରେ ଟ୍ରାକରେ ଫାଟ ଯୋଗୁଁ ଗୋଟିଏ ଚଳ ଲାଇନଚ୍ୟୁତ ହୋଇଥିଲା । ହେଲେ ଡ୍ରାଇଭର ଗାଡିକୁ ଅଟକାଇ ଥିବାରୁ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଟ୍ରେନ । ପ୍ରାୟ ୨ଇଂଚର ଫାଟକୁ ମରାମତି ଆରମ୍ଭ କରାଯାଇଥିବା ବେଳେ ଟ୍ରାକ ତଦାରଖରେ ଥିବା କର୍ମଚାରୀଙ୍କୁ ରିପୋର୍ଟ ତଲବ କରାଯାଇଛି ।