ଅପହଂଚ ଇଲାକାରେ ପ୍ରଶାସନ ! ଲୋକଙ୍କ ସହ ସୁସମ୍ପର୍କ ପାଇଁ କଳାହାଣ୍ଡିର ଜିଲ୍ଲା ଦୌରାଜଜ୍ ଓ ଜିଲ୍ଲାପାଳଙ୍କ ସଚେତନତା ଶିବିର

33
କନକ ବ୍ୟୁରୋ: ଅପହଂଚ ଇଲାକାରେ ଜିଲ୍ଲାର ବଡବଡ ଅଧିକାରୀ । ଲୋକଙ୍କ ସହ ସୁସମ୍ପର୍କ ପାଇଁ ଅପହଂଚ ଇଲାକାରେ କଳାହାଣ୍ଡି ଜିଲ୍ଲା  ପ୍ରଶାସନ ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲା ଦୌରା ଜଜ୍, ଜିଲ୍ଲାପାଳ ଥୁଆମୁଳ ରାମପୁର ବ୍ଲକର ଘଂଚ ଜଙ୍ଗଲ ସାଙ୍ଗକୁ ଜଳବନ୍ଦୀ ଅଂଚଳରେ ପହଂଚି ଲୋକଙ୍କୁ ଆଇନ ସମ୍ପର୍କରେ ସଚେତନ କରିଥିଲେ । ଏହି ଶିବିରରେ ଜଳବନ୍ଦି ଘେରରେ ରହିଥିବା ୧୮ ଟି ଗାଁର ବାସିନ୍ଦା ଯୋଗ ଦେଇଥିଲେ । ଏହି ଅବସରରେ ଆଇନ ସେବା ସହ ଆଦିବାସୀ ହରିଜନ ଲୋକଙ୍କୁ କମ୍ବଳ ଏବଂ ଔଷଧ ବଂଟନ କରାଯାଇଥିଲା ।