କଳାହାଣ୍ଡିର କୋଟିପତି ନେତା ! ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସମ୍ପତି ପରିମାଣ ଦୁଇ କୋଟିରୁ ଅଧିକ, ଭକ୍ତ ଦାସଙ୍କ ସମ୍ପତି ଦେଢ଼ କୋଟି ଓ ବସନ୍ତଙ୍କ ଆୟ ବଢ଼ିଛି

435

କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ତଥା ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ ବିଜେଡିରେ ସାଂସଦ ପ୍ରାର୍ଥୀ ଭାବେ ଚଳିତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ପୁଷ୍ପେନ୍ଦ୍ରଙ୍କ ଆୟ ୮ଲକ୍ଷ ୫୫ହଜାର ୬୪ଟଙ୍କା ଥିବାବେଳେ ତାଙ୍କ ପତ୍ନୀ ପଦ୍ମା ସିଂହଦେଓଙ୍କ ବାର୍ଷିକ ଆୟ ରହିଛି ୪ଲକ୍ଷ ୫୩ହଜାର ୯୮୮ ଟଙ୍କା । ବର୍ତ୍ତମାନ ପୁଷ୍ପେନ୍ଦ୍ରଙ୍କ ପାଖରେ ନଗଦ ୨ଲକ୍ଷ ୨୦ହଜାର ଟଙ୍କା,୮୦ଗ୍ରାମ ସୁନା ଥିବାବେଳେ ସମୁଦାୟ ଅସ୍ଥାବର ସମ୍ପତି ୩୩ଲକ୍ଷ ୮ହଜାର ୬ଟଙ୍କା ରହିଛି । ସେହିପରି ତାଙ୍କ ପତ୍ନୀଙ୍କ ପାଖରେ ନଗଦ ୨ଲକ୍ଷ ୧୦ହଜାର ଟଙ୍କା ,୬୨୦ଗ୍ରାମ ସୁନା ଓ ୫୫ଲକ୍ଷ ୭୫ହଜାର ୩୯୫ଟଙ୍କା ଅସ୍ଥାବର ସମ୍ପତି ରହିଛି । ଜୟପାଟଣା ରିଷିଗାଁରେ ମଧ୍ୟ ପୁଷ୍ପେନ୍ଦ୍ରଙ୍କର ୧୧ଏକର ୨୭ଡିସିମିଲ ଓ ଭବାନୀପାଟଣାରେ ୨୨୦ ଡିସିମିଲ ଜମି ରହିଛି । ତାଙ୍କ ସ୍ଥାବର ସମ୍ପତିର ମୂଲ୍ୟ ୧କୋଟି ୬୪ଲକ୍ଷ ୪୦ ହଜାର ଟଙ୍କା ରହିଛି । ଏହାସହ ଜୟପାଟଣା ବିସିସି ବ୍ୟାଙ୍କରେ ଦେଢଲକ୍ଷ ଟଙ୍କାର ଋଣ ରହିଛି ।

ସେହିଭଳି ଭବାନୀପାଟଣା କଂଗ୍ରେସର ସାଂସଦ ପ୍ରାର୍ଥୀ ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ବାର୍ଷିକ ଆୟ ୮ଲକ୍ଷ ୭୬ହଜାର ୭୫୦ଟଙ୍କା ରହିଛି । ୨୦୧୪ ମସିହାରେ ୧୧ଲକ୍ଷ ୩୬ହଜାର ୯୪୦ଟଙ୍କା ଆୟ ଥିଲା । ତାଙ୍କ ପାଖରେ ନଗଦ ୧ଲକ୍ଷ ୨୦ହଜାର ଟଙ୍କା ଥିବାବେଳେ ସମୁଦାୟ ୬୨ଲକ୍ଷ ୨୪ହଜାର ୬୭୧ଟଙ୍କାର ଅସ୍ଥାବର ସମ୍ପତି ରହିଛି । ଭବାନୀପାଟଣା ଷ୍ଟେଟବ୍ୟାଙ୍କରେ ୮୦ଲକ୍ଷ ୪୪ହଜାର ୩୮୭ ଟଙ୍କା ୠଣ ରହିଛି । ସେହିପରି ତାଙ୍କ ସ୍ତ୍ରୀ ସୁନନ୍ଦା ଦାସଙ୍କ ପାଖରେ ୩୦ ହଜାର ନଗଦ ଟଙ୍କା ଥିବାବେଳେ ୩ଶହ ଗ୍ରାମ ସୁନା ସମେତ ୯ଲକ୍ଷ ୩୦ହଜାର ଟଙ୍କାର ଅସ୍ଥାବର ସମ୍ପତି ରହିଛି ।

ସେହିଭଳି ଭବାନୀପାଟଣା ବିଜେପିର ସାଂସଦ ପ୍ରାର୍ଥୀ ତଥା ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ବାର୍ଷିକ ଆୟ ୧୨ଲକ୍ଷ ୫୯ହଜାର ୫ଶହ ଟଙ୍କା । ବର୍ତମାନ ତାଙ୍କ ପାଖରେ ନଗଦ ୧ଲକ୍ଷ ଟଙ୍କା ୧୫୨ଗ୍ରାମ ସୁନା ଅଛି । ତାଙ୍କର ମୋଟ ଅସ୍ଥାବର ସମ୍ପତିର ମୂଲ୍ୟ ହେଉଛି ୪୬ଳକ୍ଷ ୧ହଜାର ୫ଶହ ଟଙ୍କା । ଖରିଆରରେ ୨ଏକର ୫୦ଡିସିମିଲ ଜମି ଅଛି । ତାଙ୍କ ସ୍ଥାବର ସମ୍ପତିର ମୂଲ୍ୟ ହେଉଛି ୬ଲକ୍ଷ ଟଙ୍କା । ସେହିପରି ତାଙ୍କ ସ୍ତ୍ରୀ ସୁରଭି ପଣ୍ଡାଙ୍କ ବାର୍ଷିକ ଆୟ ୬ଲକ୍ଷ ୪୭ହଜାର ୫ଶହ ଟଙ୍କାଥିବାବେଳେ ୨୦୧୪ରେ ୨ଲକ୍ଷ ୨ହଜାର ୮ଶହ ଯଙ୍କା ଥିଲା । ତାଙ୍କ ପାଖରେ ନଗଦ ୧୧ଲକ୍ଷ ଟଙ୍କା, ୪୦୬ଗ୍ରାମ ସୁନା ଅଛି ।