କଳାହାଣ୍ଡିର ନୃଶଂସ ମାନସିକତା ! ଗଣ ଦୁଷ୍କର୍ମରେ ବିଫଳ ହେବାରୁ ଭାଣିଜିକୁ ଜିଅନ୍ତା ଜାଳିଦେଲେ ସଂପର୍କୀୟ

33

କନକ ବ୍ୟୁରୋ : କଳାହାଣ୍ଡିର କଳା କାହାଣୀ । ନାବାଳିକାକୁ ଜୀଅନ୍ତା ପୋଡି ହତ୍ୟା ଉଦ୍ୟମ । ଗଣଦୁଷ୍କର୍ମ ଉଦ୍ୟମ ବିଫଳ ହେବା ପରେ ନାବାଳିକାଙ୍କୁ ଜୀବନ୍ତା ପୋଡି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଦୁର୍ବୃତ । ଘଟଣା ଘଟିଛି କଳାହାଣ୍ଡିର ରାମଚନ୍ଦ୍ରପୁର ପଂଚାୟତର ମଧୁପୁର ଗାଁରେ । ପୀଡିତା ନାବାଳିକାଙ୍କ ସମ୍ପର୍କୀୟ ମାମୁଁ ସାନା ସାହୁ ଓ ବୁଲୁ ଦାସ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।

ପୀଡିତାଙ୍କ ୨ଜଣ ସମ୍ପର୍କୀୟ ମାମୁଁ ଗଣଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ତେବେ ଏଥିରେ ବିଫଳ ହେବା ପରେ ଉଭୟ ବର୍ବରକାଣ୍ଡ ଘଟାଇଛନ୍ତି । କିରୋସିନି ଢାଳି ନାବାଳିକାଙ୍କୁ ଜୀଅନ୍ତା ପୋଡି ଜୀବନରୁ ମାରି ଦେବାକୁ ପ୍ରଚେଷ୍ଟା କରିଛନ୍ତି । ତାଙ୍କ ଶରୀରର ୬୦ପ୍ରତିଶତ ପୋଡି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତି କରାଯାଇଛି ।