କଳାହାଣ୍ଡି : ୫ ଘଂଟା ଧରି ଲଗାଣ ବର୍ଷାରେ ସ୍ଥିତି ସଂଗୀନ,ରାସ୍ତା ଉପରେ ପ୍ରବାହିତ ହେଉଛି ୪ ଫୁଟ ଉଚ୍ଚର ବର୍ଷା ପାଣି

27

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା । ୧୫ ଘଂଟା ଧରି ଲଗାଣ ବର୍ଷାରେ ଥୁଆମୁଳ ରାମପୁରରେ ସ୍ଥିତି ସଂଗୀନ ହୋଇଛି । ରାସ୍ତା ଉପରେ ପ୍ରବାହିତ ହେଉଛି ୪ ଫୁଟ ଉଚ୍ଚର ବର୍ଷା ପାଣି  । ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଜୀବନ ଯାତ୍ରା ପ୍ରବାଭିତ ହୋଇଛି ।

ଜୟପାଟଣା-କଲମପୁର-କାଶୀପୁର-ଭବାନୀପାଟଣାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଥୁଆମୁଳ-ରାମପୁର ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । କେବଳ ଏତିକି ନୁହେଁ ଥୁଆମୁଳ-ରାମପୁର ଥାନା ସୋଲବାଡି ଗାଁରେ ତେଜମାଲି ପାହାଡ ଧସି ଯାଇଛି । ଫଳରେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।