ଧାନ ନିଅ କିରୋସିନ୍ ଦିଅ ! ବିମୁଦ୍ରାକରଣ ପ୍ରଭାବରେ କଳାହାଣ୍ଡିରେ ସଂଗୀନ ସ୍ଥିତି

26

କଳାହାଣ୍ଡି : ଧାନ ନିଅ କିରୋସିନ୍ ଦିଅ । ବଜାରରେ ଖୁଚୁରା ପଇସାର ଅଭାବରୁ ଦେଖାଦେଇଛି ଏଭଳି ସ୍ଥିତି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ କାଶିବାହାଲରେ ଆଜି ଲୋକଙ୍କୁ କିରୋସିନ୍ ବଂଟନ କରାଯାଉଥିଲା । ତେବେ ଲୋକଙ୍କ ପାଖରେ ଖୁଚୁରା ଟଂକା ନଥିଲା । ଫଳରେ ଲୋକେ ନିଜ ଉତ୍ପାଦିତ ଧାନ ଧରି ପଂଚାୟତ କାର୍ଯ୍ୟାଳୟରେ ପଂହଚିଥିଲେ । ଧାନ ବଦଳରେ କିରୋସିନ୍ ଦେବାକୁ ଦାବି କରିଥିଲେ ।

ତେବେ ଏଥିରେ ଅମଂଗ ହେବାରୁ ସରପଂଚକୁ ଘେରିଯାଇଥିଲେ ଗ୍ରାମବାସୀ । ଏପରିକି ତାଂକୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ । ପରେ ବିଡିଓ ଖବର ପାଇ ଘଟଣାସ୍ଥଳରେ ପହଁଚିଥିଲେ । ଲୋକଙ୍କୁ ବୁଝାସୁଝା କରିବା ପରେ ସରପଂଚଙ୍କୁ ମୁକ୍ତି ମିଳିଥିଲା । ସରକାରଙ୍କ ବିମୁଦ୍ରାକରଣ ଘୋଷଣା ପରେ ସଂଗୀନ ହୋଇପଡିଛି ସ୍ଥିତି ।  ଲୋକଙ୍କ ପାଖରେ ଟଙ୍କାର ଘୋର ଅଭାବ ଦେଖାଦେଇଛି । ଆଉ ଏହି ଘଟଣା ହେଉଛି ତାର ପ୍ରତିବାଦ ।