କଳାହାଣ୍ଡି : ରାସ୍ତା ଉପରେ ଗଛ ପଡିଯିବାରୁ ବାଉଁଶ ଭାରରେ ୧୬ କିଲୋମିଟର ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ବୋହିଲେ ସଂପର୍କୀୟ

0

କନକ ବ୍ୟୁରୋ : ଭାରରେ ୧୬ କିଲୋମିଟର ଆସିଲେ ଗର୍ଭବତୀ । ଆମ୍ବୁଲାନ୍ସ ନ ଆସିବାରୁ କଳହାଣ୍ଡି ଜିଲ୍ଲା ଲାଂଜିଗଡ କାଂସବୁଣ୍ଡେଲ ଗାଁର ଜଣେ ଗର୍ଭବତୀଙ୍କୁ ଏକ ବାଉଂଶ ଭାରରେ ବୋହିକି ହସ୍ପିଟାଲ ନିଆଯାଇଛି । କାଂସବୁଣ୍ଡେଲ ଗାଁର ଶ୍ୟାମ ମାଝୀଙ୍କ ସ୍ତ୍ରୀ ସିଙ୍ଗାରୀଙ୍କର ଶୁକ୍ରବାର ରାତି ୧୨ଟାରେ ପ୍ରସବ ବେଦନା ହୋଇଥିଲା ।

ମୋବାଇଲ ସୁବିଧା ନଥିବାରୁ ଶନିବାର ସକାଳୁ ଆଶାକର୍ମୀ ୧୦୨ ଆମ୍ବୁଲାନ୍ସକୁ ଫୋନ କରି ଜଣାଇବା ପରେ ଗାଡି ଆସିଥିଲା । ହେଲେ ରାସ୍ତା ଉପରେ ଗଛ ପଡିଯାଇଥିବାରୁ ଗାଡ ଆସିପାରିନଥିଲା । ଫଳରେ ସଂପର୍କୀୟ ମାନେ ଗର୍ଭବତୀଙ୍କୁ ୧୬ କିଲୋମିଟର ଦୂର ଭାରରେ ବୋହିକି ଆଣିଥିଲେ । ପରେ ସେମାନଙ୍କୁ ସେଠି ୫ କିଲୋମିଟର ଦୂର ଲାଂଜିଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Comments are closed.