କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା! ରୋଗୀଙ୍କ ଉପରେ ଖସିପଡିଲା ଡାକ୍ତରଖାନା ଛାତର ପ୍ଲାଷ୍ଟର

15

କନକ ବ୍ୟୁରୋ : ରାଜ୍ୟରେ ରୁଗଣ ସ୍ୱାସ୍ଥ୍ୟସେବା । କେତେବେଳେ ଚିକିତ୍ସା ଅବହେଳା ତ ଆଉ କେତେବେଳେ ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ବିଶେଷ କରି ଉପାନ୍ତ ଅଂଚଳର ସ୍ୱାସ୍ଥ୍ୟସେବା କଥା ନକହିବା ଭଲ । କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଭବାନୀପାଟଣାରେ ଥିବା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଉପରେ ଖସିପଡିଛି ଡାକ୍ତରଖାନା ଛାତର ପ୍ଲାଷ୍ଟର । ଭାବନୀପାଟଣା ହଲିଆପଡାର ନୁପୁର ମାଝୀ ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିବା ବେଳେ ତାଙ୍କ ଉପରେ ଖସିପଡିଛି ଛାତ ପ୍ଲାଷ୍ଟର ।

୧୫୭ ନମ୍ବର ବେଡ ଉପରେ ଖସି ପଡିଛି ସିମେଂଟ ପ୍ଲାଷ୍ଟର । ଗତକାଲି୍ ସନ୍ଧ୍ୟାରେ ନୁପୁର ବେଡରେ ଶୋଇଥିବା ବେଳେ ଏଭଳି ଅଘଟଣ ଘଟିଛି । ତେବେ ପ୍ଲାଷ୍ଟର ଖସିବା ପରେ ମହିଳା ୱାର୍ଡରେ ଥିବା ରୋଗୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ସମସ୍ତ ରୋଗୀ ଏଣେତେଣେ ହୋଇ ଦୌଡି ପଳାଇଥିଲେ । ପରେ ସମ୍ପୃକ୍ତ ୱାର୍ଡରେ ଏଡିଏମଓ ଓ ଅନ୍ୟ ମେଡିକାଲ କର୍ତ୍ତୃପକ୍ଷ ପହଂଚି ନୁପୁରଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ସହ ତାଙ୍କ କ୍ୟାବିନକୁ ସ୍ଥାନାନ୍ତର କରିଛନ୍ତି ।