କଳାହାଣ୍ଡି ଲୋକସଭା ଆସନ ପାଇଁ ଲଢ଼େଇର ଚିତ୍ର ସ୍ପଷ୍ଟ ! ବସନ୍ତ ପଣ୍ଡା, ପୁଷ୍ପେନ୍ଦ୍ର ସିଂଦେଓ ନା ଭକ୍ତଚରଣ ଦାସ, କାହାକୁ ବାଛିବେ ଭୋଟର ?

905

କନକ ବ୍ୟୁରୋ : ଏଥର କାହାର ହେବ କଳାହାଣ୍ଡି ଲୋକସଭା ଆସନ ? ବସନ୍ତ ପଣ୍ଡା, ପୁଷ୍ପେନ୍ଦ୍ର ସିଂଦେଓ ନା ଭକ୍ତଚରଣ ଦାସ । କାହାକୁ ବାଛିବେ ଭୋଟର ? ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ପାଇଁ ମତଦାନ । ବିଜେଡି ହାତରେ ରହିଛି ୪ଟି ଆସନ ରହିଛି । କଳାହାଣ୍ଡିରୁ ବିଜେପି ରାଜ୍ୟସଭାପତି ବସନ୍ତ କୁମାର ପଣ୍ଡା, ବିଜେଡିରୁ ପୁଷ୍ପେନ୍ଦ୍ର ସିଂଦେଓ ଓ କଂଗ୍ରେସରୁ ଭକ୍ତିଚରଣ ଦାସ ନିର୍ବାଚନ ଲଢ଼ିବେ ।

୨୦୧୯ରେ କଳାହାଣ୍ଡିରୁ ବିଜେପି ପାଇଁ ନିର୍ବାଚନ ଲଢ଼ିବେ ବସନ୍ତ ପଣ୍ଡା । ୨୦୧୪ ଲୋକସଭା ନିର୍ବାଚନରେ କଳାହାଣ୍ଡି ପାଇଁ ପ୍ରଦୀପ କୁମାର ନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ହେଲେ ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଛି ଗୈରିକ ଦଳ । କଳାହାଣ୍ଡି ଆସନ ପାଇଁ ଅନେକ କନଫ୍ୟୁଜନ ଭିତରେ ଶେଷର ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ଦଳ । କଳାହାଣ୍ଡି ଲୋକସଭା ଆସନ ପାଇଁ ବିଜେପି ପାଇଁ ମାଳମାଳ ପ୍ରାର୍ଥୀ ଥିଲେ । ପ୍ରଦୀପ କୁମାର ନାୟକ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ରାଜ ପରିବାର ମହାରାଣୀ ପଦ୍ମଜା ଦେଓଙ୍କ ନାଁ ଟିକେଟ୍ ଦୌଡ଼ରେ ଥିଲେ । ଗତ ପଂଚାୟତ ନିର୍ବାଚନ ସମୟରେ କଳାହାଣ୍ଡିରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । ତେଣୁ ସାଧାରଣ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଆକଳନ କରୁଛି ବିଜେପି । ସେଥିପାଇଁ ରାଜ୍ୟସଭାପତି ବସନ୍ତ ପଣ୍ଡାଙ୍କୁ ଏହି ଆସନରୁ ପ୍ର୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି ।

ସେହିପରି ବିଜେଡିର ବର୍ତ୍ତମାନର ସାଂସଦ ଅର୍କ କେଶରୀ ଦେଓଙ୍କୁ ଟିକେଟ ଦେଇନି ଦଳ । କଳାହାଣ୍ଡି ଲୋକସଭା ଆସନ ପାଇଁ ସାଂସଦ ଅର୍କକେଶରୀଙ୍କ ଉପରେ ଭରଷା କରିପାରିନଥିଲେ ବିଜେଡ଼ି ସୁପ୍ରିମୋ । ଯାହାକୁ ନେଇ ଅର୍କ କେଶରୀ ଦଳରୁ ଇସ୍ତଫା ଦେଇଛନ୍ତି । ବିଜେଡିରୁ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ମିଳିଛି ଟିକେଟ । ପୁଷ୍ପେନ୍ଦ୍ର ବିଜେଡିର ଜିଲ୍ଳା ସଭାପତି ଥିବା ସହ ଜଣେ ଭଲ ସଂଗଠକ ଭାବେ ବେଶ୍ ଜଣାଶୁଣା । ଏବଂ ଜିଳ୍ଲା ଉପରେ ତାଙ୍କର ପ୍ରଭାବ ରହିଛି ।  ଚଳିତ ନିର୍ବାଚନ ପୁଷ୍ପେନ୍ଦ୍ରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏସବୁ ସତ୍ବେ ଜଣେ ପୁରୁଖା ନେତା ଓ ସଂକଳ୍ପବଦ୍ଧ ନେତୃତ୍ବର ଅଧିକାରୀ ପୁଷ୍ପେନ୍ଦ୍ରଙ୍କ ଛୋଟ ବଡ ବାଧାବିଘ୍ନ ଅତିକ୍ରମ କରି ବିଜେଡି ରଥକୁ ଗଡେଇ ନେଇ ପାରିବେ ବୋଲି ଆଶା କରିଛି ଦଳ ।

ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା କଳାହାଣ୍ଡି ଭକ୍ତଚରଣ ଦାସଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି । ୨୦୦୯ରେ କଳାହାଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ଭକ୍ତଚରଣ ଦାସ । ଏବଂ ସେତେବେଳେ କଂଗ୍ରେସ ହାତେଇଥିଲା କଳାହାଣ୍ଡି ଲୋକସଭା ଆସନ । ଭକ୍ତ ଚରଣ ଦାସଙ୍କ ଉପରେ ଭରସା କରି କଂଗ୍ରେସ ପୁଣି ଥରେ ତାଙ୍କୁ ଟିକେଟ ଦେଇଛି । ଆଗାମୀ ସମୟରେ ଦେଖାଯିବ କାହା ହାତକୁ ଯାଉଛି କଳାହାଣ୍ଡି ଲୋକସଭା ଆସନ ।