କଳାହାଣ୍ଡି : ଲାଂଜିଗଡ ବ୍ଲକ ବେନଗାଁ ନିକଟସ୍ଥ ମୂଷାନାଳ ନିକଟରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

42

କନକ ବ୍ୟୁରୋ : କଳାହାଣ୍ଡି ଲାଂଜିଗଡ ବ୍ଲକ ବେନଗାଁ ନିକଟସ୍ଥ ମୂଷାନାଳ ନିକଟରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବରପାଲି ଗାଁର ନରେନ୍ଦ୍ର ମାଝି ଓ ତଲବରା ଗାଁର ତମାତି ମାଝି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ସନ୍ଦେହ ଘେରରେ । ଏହି ଦୁଇ ଜଣ ଗତକାଲି ଘରୁ ପଳେଇଆସିଥିଲେ ।

ପାରିପାଶ୍ୱିକ ସ୍ଥିତି ଅନୁଯାୟୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ହେଲେ ପ୍ରେମୀଯୁଗଳଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି । ଏହା ଅନର କିଲିଂ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।