ସମଗ୍ର ଭାରତ ବର୍ଷରେ ନାଁ କରିଛି ଖଇରପଦରର କାଠ ଖୋଦେଇ କାରୁକାର୍ଯ୍ୟ ! କଳା ପାଇଁ ପ୍ରଶଂସା ସାଉଁଟୁଥିବା ଶିଳ୍ପୀଙ୍କ ଆର୍ଥିକ ସ୍ଥିତି କିନ୍ତୁ ଦୟନୀୟ

100

କନକ ବ୍ୟୁରୋ : ସମଗ୍ର ଭାରତ ବର୍ଷରେ ନାଁ କରିଛି କଳାହାଣ୍ଡି ଜିଲ୍ଲା ଖଇରପଦରର କାଠ ଖୋଦେଇ କାରୁକାର୍ଯ୍ୟ । କଳା ପାଇଁ ଆଦର ଓ ପ୍ରଶଂସା ସାଉଁଟୁଥିବା ଶିଳ୍ପୀଙ୍କ ଆର୍ଥିକ ସ୍ଥିତି କିନ୍ତୁ ଦୟନୀୟ । ଖଇରପଦର ଗାଁର ୯୦ ପ୍ରତିଶତ ମହାରଣା କାରିଗର,ମୂର୍ତ୍ତି ତିଆର କରି ପରିବାର ଚଲାଉଛନ୍ତି । ଅର୍ଥର ଅଭାବ ଯୋଗୁଁ କଳାର ବିକାଶ ହୋଇପାରୁନାହିଁ । ତେଣୁ ସରକାରୀ ପ୍ରୋତ୍ସାହନ ମିଳିଲେ ବିଦେଶରେ ମଧ୍ୟ ନା କରିପାରନ୍ତେ ବୋଲି ଶିଳ୍ପୀମାନେ କହିଛନ୍ତି ।

ଖଇରପଦରର କାଠ ଖୋଦେଇ କାରୁକାର୍ଯ୍ୟ ବେଶ ପ୍ରଶଂସନୀୟ ହୋଇଥିବା ବେଳେ ଆର୍ଥିକ ପ୍ରୋତ୍ସାହନ ଅଭାବରୁ ଶିଳ୍ପି ମାନେ ସଂକଟରେ ରହିବା ସହିତ ସେମାନଙ୍କ କଳା ବିକାଶ କରିପାରିନାହାନ୍ତି । କାଠ କାମର ସୁନ୍ଦର କାରୁକାର୍ଯ୍ୟ । ବାରିସୀ ଓ ନିହାଣରେ କାଠ ଖୋଦେଇ କରି ମୂର୍ତ୍ତି ନିର୍ମାଣରେ ମଗ୍ନ ଶିଳ୍ପୀ । କାରିଗରରେ ପରିଶ୍ରମରରେ ଜୀବନ୍ତ ହୋଇଛି କାଠରେ ନିର୍ମାଣ ହୋଇଥିବା ଘରକରଣା ସାମଗ୍ରୀ । ଗାଁର ପ୍ରାୟ ନବେ ପ୍ରତିଶତ ଲୋକ ଏହି କାଠର ମୂର୍ତି ତିଆରି କରି ପରିବାର ପ୍ରତିପୋଷଣ କରନ୍ତି ।

ଶିଳ୍ପୀମାନେ କାଠ କାମ କରି ନିଜେ ବଂଚିବା ସହିତ ଅନ୍ୟକୁ ସ୍ୱବାବଲମ୍ବୀ କରିବା ପାଇଁ ଏକ ତାଲିମ କେନ୍ଦ୍ର ଗାଁରେ ଖୋଲିଛନ୍ତି । ଏଠାରେ ପ୍ରାୟ ୩ଶହ ଜଣ ଯୁବକ ତାଲିମ ନେଉଛନ୍ତି ।ତେବେ ସରକାରୀ ପ୍ରୋତ୍ସାହନ ମିଳିଲେ ଏହି କାଠ କଳା ସାରା ବିଶ୍ୱରେ ନାମିତ ହୋଇପାରିବ ବୋଲି ଶିଳ୍ପୀମାନେ କହିଛନ୍ତି । ଖଇରପଦର ଗାଁରେ ନିର୍ମିତ କାଠ ସାମଗ୍ରୀ ଭାରତରେ ପ୍ରଶଂସନୀୟ ହୋଇପାରିଛି । ଘର ସଜାଇବା ପାଇଁ କାଠ ନିର୍ମିତ ମୂର୍ତ୍ତିର ଚାହିଦା ବଜାରରେ ମଧ୍ୟ ରହିଛି ।