କଳାହାଣ୍ଡି : କଲମପୁର ବ୍ଲକ ତଣ୍ଡି ଗାଁରେ ଧାନବସ୍ତା ରଖି ରାଜରାସ୍ତା ଅବରୋଧ କଲେ ଚାଷୀ

32

କନକ ବ୍ୟୁରୋ : ଧାନବସ୍ତା ରଖି ରାସ୍ତା ଅବରୋଧ । କଳାହାଣ୍ଡି କଲମପୁର ବ୍ଲକ ତଣ୍ଡି ଗାଁରେ ଧାନବସ୍ତା ରଖି ରାଜରାସ୍ତା ଅବରୋଧ କରିଛନ୍ତି ଚାଷୀ । ଫଳରେ କଲମପୁର-ଜୟପାଟଣା ରାସ୍ତା ଅବରୋଧ ରହିଛି । ରାସ୍ତାର ଉଭୟ ପାର୍ଶ୍ୱର ଗାଡି ଅଟକ ରଖିଛି । ମଣ୍ଡିରେ ଅନିୟମିତତା ଓ ଧାନ କ୍ୱିଂଟାଲ ପ୍ରତି ୧୦ରୁ ୧୨ କେଜି କାଟି ରଖୁଥିବା ଚାଷୀ ଅଭିଯୋଗ କରିଛନ୍ତି ।