ସ୍ୱାମୀ କାନ୍ଧରେ ସ୍ତ୍ରୀର ଶବ ଘଟଣା : ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ଏନ୍ଏଚ୍ଆରସି

25

କନକ ବ୍ୟୁରୋ : କାନ୍ଧରେ ଶବବୁହା ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନବାଧିକାର କମିଶନ। କଳାହାଣ୍ଡି ଓ ସୋର ଘଟଣାରେ ରାଜ୍ୟସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଆସନ୍ତା ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କମିଶନ ନିର୍ଦେଶ ଦେଇଛନ୍ତି । କଳାହାଣ୍ଡିରେ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ସ୍ୱାମୀ ଯିବା ଘଟଣା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାରି ଆଧାରରେ ନୋଟିସ ଜାରି କରିଛନ୍ତି ମାନବାଧିକାର କମିଶନ। ସେପଟେ ସୋରରେ ମଧ୍ୟ ଜଣେ ଅପରିଚିତ ମହିଳାଙ୍କ ଶବରୁ ଅଖାରେ ପୁରାଇ ବାଉଁଶରେ ବାନ୍ଧି ବୋହିନେବା ଘଟଣାରେ ରିପୋର୍ଟ ତଲବ କରିଛନ୍ତି ଏନ୍ଏଚ୍ଆରସି । ଏହା ଏକ ଅମାନବୀୟ ଘଟଣା ଏବଂ ଏଥି ପ୍ରତି ପ୍ରଶାସନ ସମ୍ବେଦନଶୀଳ ହେବା ଉଚିତ ଥିଲା ବୋଲି କମିସନ ଉଲ୍ଲେଖ କରିଛନ୍ତି ।