ଜୀବନ ସଂଗ୍ରାମରେ ହାରିଗଲେ କଳାହାଣ୍ଡି ପୀଡିତା:ରାଉରକେଲା ଆଇଜିଏଚରେ ଆଖିବୁଜିଲେ ନାବାଳିକା

23

କନକ ବ୍ୟୁରୋ : ଶେଷରେ ଆଖି ବୁଜିଲେ କଳାହାଣ୍ଡିର ପୀଡିତା ତପସ୍ୱୀନି । ରାଉରକେଲା ଆଇଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ ଘଟିଛି । ଭୋର ୪ଟା ସମୟରେ ମୃତ୍ୟୁ ଘଟିଛି । ଗତବୁଧବାର ଦିନ ସମ୍ପର୍କୀୟ ମାମୁ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ଜୀଅନ୍ତା ପୋଡି ହତ୍ୟା କରିବାକୁ ଉଦ୍ୟମ କରିଥିଲା । କଳାହାଣ୍ଡିର ରାମଚନ୍ଦ୍ରପୁର ପଂଚାୟତର ମଧୁପୁର ଗାଁରେ ଘଟିଥିଲା ଏହି ଅଘଟଣ ।

ପୀଡିତା ନାବାଳିକାଙ୍କ ସମ୍ପର୍କୀୟ ମାମୁଁ ସାନା ସାହୁ ଓ ବୁଲୁ ଦାସ ଏହି ମାମଲାରେ ଗିରଫ ହୋଇଛନ୍ତି । ତପସ୍ୱୀନିଙ୍କର ଶରୀର ୮୦ପ୍ରତିଶତ ପୋଡି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାରୁ ବୁର୍ଲା ବଡ ମେଡିକାଲ ଓ ତାପରେ ରାଉରକେଲା ଆଇଜିଏଚର ବର୍ଣ୍ଣିଂ ୱାଡରେ ଚିକିତ୍ସା କରାଯାଉଥିଲା । ସେପଟେ ଝିଅର ମୃତ୍ୟୁ ପରେ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ମିଳୁ ବୋଲି କହିଛନ୍ତି ନାବାଳିକାର ବାପା ।

ନ୍ୟୁଜ୍ ସହ ଦେଖନ୍ତୁ ଏହି ଭିଡିଓ :