ଜମୁଛି କଳାହାଣ୍ଡିର ଘୁମୁରା ! ମା’ ଭଣ୍ଡାରଘରଣୀ ପୀଠରୁ କଳସ ଆସି ସ୍ଥାପନ ପରେ ଆରମ୍ଭ ହେଲା ମହୋତ୍ସବ

113

କନକ ବ୍ୟୁରୋ : ଆରମ୍ଭ ହୋଇଛି କଳାହାଣ୍ଡିର ଘୁମୁରା ଉତ୍ସବ । ଜିଲ୍ଲାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ବାର୍ତାବହନ କରୁଥିବା ଏହି ଉତ୍ସବ ଧର୍ମଗଡରେ ଉଦଘାଟିତ ହୋଇଛି । ଧର୍ମଗଡର ଅଧୀଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାରଘରଣୀ ପୀଠରୁ କଳସ ଆସି ସ୍ଥାପନ ହେବା ପରେ ଉତ୍ସବ ଉଦଘାଟିତ ହୋଇଥିଲା । ଉଦଘାଟନୀ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆସମର ବିହୁ, ଝାରଖଣ୍ଡର ଛଉ ସମେତ ସମ୍ବଲପୁରୀ ଗୀତ ଓ ନାଚ ଦର୍ଶକ ଓ ଅତିଥିଙ୍କୁ ବିମୋହିତ କରିଥିଲା ।