ଧାନତଳିରେ ଜାତୀୟ ବାର୍ତ୍ତା ଦେଲେ ଜୟପାଟଣାର ଯୁବ ଚାଷୀ : କୃଷକ ଓ ସୈନିକଙ୍କ ଉଦ୍ଦେଶ୍ୟରେ ଧାନ ବିଲରେ ଲେଖିଲେ ଜୟ କିଷାନ, ଜୟ ଯବାନ

2

କନକ ବ୍ୟୁରୋ : ଧାନତଳିରେ ଜାତୀୟ ବାର୍ତ୍ତା ଦେଇ ଚର୍ଚ୍ଚାରେ ଯୁବ ଚାଷୀ । ଭାରତୀୟ ରାଜନୈତିକ ପଟ୍ଟଚିତ୍ରରେ ଦିନେ ଭୋକର ଭୁଗୋଳ ପାଲଟିଥିବା କଳାହାଣ୍ଡି ଜିଲ୍ଲା ଆଜି ଚାଷ ଓ ଚାଷୀଙ୍କୁ ନେଇ ବେଶ ଗର୍ବିତ । କୃଷି ଓ ମତ୍ସ୍ୟଚାଷ ପାଇଁ ସମଗ୍ର ଭାରତ ବର୍ଷ ପାଇଁ ଉଦାହରଣ ପାଲଟିଛି କଳାହାଣ୍ଡି । ଜୟପାଟଣା ବ୍ଲକର ଯୁବ ଚାଷୀ ପ୍ରାଣ ରଂଜନ ବେହେରା ଉନ୍ନତ କିସମର ଧାନଚାଷ କରି ଲାଭବାନ ହେବା ସହ ଧାନତଳିରେ ବିଭିନ୍ନ ପ୍ରକାର ଜାତୀୟ ବାର୍ତା ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ଧାନତଳିରେ ସୁନ୍ଦର ଭାବେ ଜୟ କିସାନ, ଜୟ ଯବାନ ଲେଖି କୃଷକ ଓ ସୈନିକଙ୍କୁ ସମ୍ମାନ ଜଣାଇଛନ୍ତି । ରାଜ୍ୟର ଏକ ଉପାନ୍ତ ଅଂଚଳର ଚାଷୀ ପ୍ରାଣ ରଂଜନଙ୍କ ସୃଜନଶୀଳ ମନୋଭାବକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଧାନତଳିରେ ଜାତୀୟ ବାର୍ତା ଖବର ଜାଣିବା ପରେ କ୍ଷେତ୍ର ପରିଦର୍ଶନ କରିଛନ୍ତି ଜୟପାଟଣା ବ୍ଲକର ପ୍ରଶାସନିକି ବାବୁ । ପୂର୍ବରୁ ମଧ୍ୟ ଜୟପାଟଣାର ୨ ଜଣ ମାଛଚାଷୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାର ପୁରସ୍କୃତ ହୋଇ କଳାହାଣ୍ଡିକୁ ଗୌରବାନ୍ୱିତ କରିଥିଲେ ।

Comments are closed.