ବର୍ଷା ଛାଡ଼ିଗଲା ହେଲେ ଦେଇଗଲା ଦୁଃଖ : ଜମିରେ ବାଲିଚରି ଯିବାରୁ ଚିନ୍ତାରେ ଚାଷୀ

30

କନକ ବ୍ୟୁରୋ : କଳାହାଣ୍ଡିରେ ୭୨ ଘଂଟାର ବର୍ଷା ବିତ୍ପାତ ପରେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଛି । ହେଲେ ବର୍ଷା ବିତ୍ପାତ ଜିଲ୍ଲାରେ ୪ଟି ଜୀବନ ନେଇଥିବା ବେଳେ ଅନେକଙ୍କୁ ବାସଚ୍ୟୁତ କରିଛି । ହଜାର ହଜାର ଏକର ଜମିରେ ବାଲିଚରି ଯିବାରୁ ଚାଷକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଚାଷୀ ।

ଲଘୁଚାପ ଲଗାଣ ବର୍ଷା ପରେ କଳାହାଣ୍ଡି ହାତୀ ନଦୀ କୁଳିଆ ଗାଁର ସ୍ଥିତିରେ ସୁଧାର ଆସୁଛି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବର୍ଷା ଯୋଗୁଁ ଜୁନାଗଡା ବ୍ଲକର ବାଲିଛଡା, କରମେଲ, ବିରିପୁର, ମାଟିଖାଲ ସମେତ ଜୟପାଟଣା ବ୍ଲକ ଓ କଲମପୁର ବ୍ଲକର ଆନେକ ଗାଁ ପାଣି ଘେରରେ ରହିଥିଲା । ଏବେ ଗାଁରୁ ବନ୍ୟା ପାଣି ଛାଡି ଯିବା ପରେ ଧାନବିଲକୁ ଦେଖି ଭାଙ୍ଗି ପଡିଛନ୍ତି ଚାଷୀ । କାରଣ ଧାନ ବିଲରେ ଚରି ଯାଇଛି ନଇବାଲି ।

ବର୍ଷା ଯୋଗୁଁ ଥୁଆମୁଳ-ରାମପୁର ଓ ଲାଞିଗଡ ବ୍ଲକର ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବର୍ଷା ଓ ବନ୍ୟାରେ ଜିଲ୍ଲରେ ୫ ଜଣକଙ୍କ ପ୍ରାଣହାନୀ ଘଟିଛି । ଏସବୁ ପରେ ମଧ୍ୟ ଅଂଟା ସଳଖି ଠିଆ ହେବା ପାଇଁ ଉଦ୍ୟମ କରୁଛନ୍ତି ପ୍ରଭାବିତ ମଣିଷ । ସେପଟେ ଜିଲ୍ଲା ପ୍ରଶାସନ କ୍ଷତିପୂରଣ ଆକଳନ କରୁଥିବା ବେଳେ କୃଷି ବିଭାଗର ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଜିଲ୍ଲାର ୮ଟି ବ୍ଲକର ୧୦୪ ପଂଚାୟତାରେ ଚାଷ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ସପ୍ତାହେ ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ କରି ସରକାରଙ୍କୁ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।