ଧାନ ବସ୍ତା ରଖି ରାସ୍ତା ଅବରୋଧ ।  ପ୍ରଶାସନର ଲିଖିତ ପ୍ରତିଶୃତି ସତ୍ୱେ ମଣ୍ଡିରୁ  ଧାନ କିଣାଯାଉନଥିବା ଅଭିଯୋଗ କରି ଆନ୍ଦୋଳନଳଶ ଓହ୍ଲାଇଲେ ଚାଷୀ

154

କନକ ବ୍ୟୁରୋ : ଧାନ ବସ୍ତା ରଖି ରାସ୍ତା ଅବରୋଧ ।  କାଳାହାଣ୍ଡିରେ ଜାତୀୟ ରାଜପଥ ୫୯ର ଘଂଟାମାଳ ଠାରେ  ଚାଷୀ ଆଜି ରାସ୍ତା ଅବରୋଧ କରିଛନ୍ତି ।  ପ୍ରଶାସନର ଲିଖିତ ପ୍ରତିଶ୍ରୃତି ସତ୍ୱେ ମଣ୍ଡିରୁ  ଧାନ କିଣାଯାଉନଥିବା ଅଭିଯୋଗ କରି  ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।  କଳାହାଣ୍ଡି ଜିଲ୍ଲା  ଯୋଗାଣ ଅଧିକାରୀ ଗିରଫ ହେବା ପରେ  ଜିଲ୍ଲାରେ ଧାନକିଣା ବାଧାପ୍ରାପ୍ତ ହୋଇଛି ।

ରାସ୍ତା ଅବରୋଧ ଯୋଗୁଁ  ମଦନପୁର-ଭବାନୀପାଟଣା ଯାତାୟତ ବାଧାପ୍ରାପ୍ତ ହୋଇଛି ।  ଗତ ୭ ତାରିଖରେ ଚାଷୀ ରାସ୍ତାରୋକ କରିଥିଲେ  ଓ ପ୍ରଶାସନ ସପ୍ତାହକ ମଧ୍ୟରେ  ଧାନ କିଣିବାକୁ ପ୍ରତିଶ୍ରୃତି ଦେଇଥିଲେ  । ଆଜି ଟୋକନରେ ଧାନ ବିକ୍ରିର ଶେଷ ତାରିଖ ଥିବାରୁ  ଚାଷୀ ପୁଣି ରାସ୍ତାରୋକ କରିଛନ୍ତି ।