ସ୍ୱାମୀ କାନ୍ଧରେ ସ୍ତ୍ରୀର ଶବ ବୁହା ଘଟଣା : କଳାହାଣ୍ଡି ଗସ୍ତ କରିବ କଂଗ୍ରେସର ୪ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

53

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ୱାମୀ କାନ୍ଧରେ ସ୍ତ୍ରୀର ଶବ ବୁହା ହେବା ଘଟଣାର ଅନୁଧ୍ୟାନ ପାଇଁ ଆଜି କଳାହାଣ୍ଡି ଗସ୍ତ କରିବ କଂଗ୍ରେସର ଏକ ୪ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ମଦନ ମାଝୀ, ଚନ୍ଦ୍ରଶେଖର ମାଝୀ, ଭୂଜବଳ ମାଝୀ ,ଏବଂ ପ୍ରଦୀପ ମାଝୀଙ୍କୁ ନେଇ ଗଠିତ ହୋଇଥିବା ଏହି ଟିମ୍ ଧାନ ମାଝୀଙ୍କୁ ଭେଟିବା ସହ ଘଟଣାର ଅନୁଧ୍ୟାନ କରିବେ। ଏପଟେ ଛାତ୍ର କଂଗ୍ରେସର ଏକ ଟିମ୍ ମଧ୍ୟ ଅନୁଧ୍ୟାନ ପାଇଁ କଳାହାଣ୍ଡି ଗସ୍ତ କରିଛି । ଏହି ଘଟଣାରେ ପିସିସି ସଭାପତି ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଭୁଷୁଡ଼ି ପଡ଼ିଥିବା ଅଭିଯୋଗ କରିଛନ୍ତି।

ସ୍ୱାସ୍ଥ୍ୟ ବିଭାଗ କୋମାରେ ଏବଂ ରାଜ୍ୟ ସରକାର ଆଇସିୟୁରେ ଅଛନ୍ତି ବୋଲି ପ୍ରସାଦ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଏମିତି ଏହି ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି। ତେବେ ଗତକାଲି କଂଗ୍ରେସ ଘଟଣାର ପ୍ରତିବାଦରେ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା କଂଗ୍ରେସ।

ଏହି ଘଟଣାରେ ସିଡିଏମ୍ଓ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା ଜିଲ୍ଲା କଂଗ୍ରେସ କମିଟି । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କ ନେତୃତ୍ୱରେ ହୋଇଥିବା ଏହି ଘେରାଉରେ ବହୁ ସଂଖ୍ୟାରେ ନେତା ଓ କର୍ମୀ ଯୋଗଦେଇ ଘଟଣାର ନିନ୍ଦା କରିବା ସହ ନାରାବାଜି କରିଥିଲେ। ଧାନ ମାଝୀ କାହାକୁ କିଛି ନକହି ହସ୍ପିଟାଲରୁ ଶବ ନେଇ ଚାଲିଯାଇଥିବା କହିଥିଲେ ସିଡିଏମ୍ଓ ।