କଳାହାଣ୍ଡିରେ ଅଘଟଣ : ରାତିରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କର ମୃତ୍ୟୁ

36

କନକ ବ୍ୟୁରୋ : କଳାହାଣ୍ଡି ରାମପୁର ବ୍ଲକ ଗୋକଲମା ଗାଁରେ ଅଘଟଣ ଘଟିଛି । ରାତିରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି । ଘର ଭିତରେ ଜେନରେଟର ଲଗାଇ ଶୋଇଥିବାବେଳେ ଶ୍ୱାସରୁଦ୍ଧ ହୋଇ ଗୋକୁଲ ନାୟକ ଓ ରଂଜନ ରେଲି ନାମକ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲରେ ଭର୍ତି କରାଯାଇଛି ।