ସ୍ୱାମୀ କାନ୍ଧରେ ସ୍ତ୍ରୀଙ୍କ ଶବ ବୁହା ଘଟଣା : ଉନ୍ମୋଚନ ହୋଇନଥିଲା ବୋଲି ଗଡିପାରିଲାନି ମହାପ୍ରୟାଣ ଆମ୍ବୁଲାନ୍ସ

36

କଳାହାଣ୍ଡି : ଦୁଇଟି ଦୃଶ୍ୟ । ଗୋଟେ ପଟେ ଧନା ମାଝୀ କିଭଳି ଭାବେ ସ୍ତ୍ରୀର ଶବକୁ କାନ୍ଧରେ ବୋହିକି ନେଉଛନ୍ତି। ଅନ୍ୟଟି ହେଉଛି କଳାହାଣ୍ଡି ଭବାନୀପାଟଣାରେ ମୁଖ୍ୟ ଚିକିତ୍ସାଳୟ ଆଗରେ ଥୁଆ ହୋଇଥିବା ମହାପ୍ରୟାଣ ଆମ୍ବୁଲାନ୍ସର।

ଗତକାଲି ମୁଖ୍ୟମନ୍ତ୍ରୀ ଏହି ମହାପ୍ରୟାଣ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ଶବ ବୋହିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ମହାପ୍ରୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି। କିନ୍ତୁ କେବଳ ଏହି ମହାପ୍ରୟାଣ ଆମ୍ବୁଲାନ୍ସଟି ଲୋକାର୍ପଣ ହୋଇନଥିବାରୁ ଏଥିରୁ ବଂଚିତ ହୋଇଥିଲେ ଧନା ମାଝୀ।

ଯୋଜନା ଆରମ୍ଭ ହୋଇଥିଲା କିନ୍ତୁ ଫିତା କଟା ହୋଇନଥିଲା ବୋଲି ଆମ୍ବୁଲାନ୍ସଟି ଗଡି ପାରିନଥିଲା।  ଫଳରେ ରାତି ଅଧରେ ନିଜ ସ୍ତ୍ରୀର ମୃତଦେହକୁ କାନ୍ଧରେ ୧୦ କିଲୋମିଟର ବୋହି ଚାଲିକି ଯିବାକୁ ପଡିଥିଲା। ଚିକିତ୍ସାଳୟ ଆଗରେ ମହାପ୍ରୟାଣ ଆମ୍ବୁଲାନ୍ସଟି ଥିଆ ହୋଇଥିଲେ ମଧ୍ୟ ସ୍ତ୍ରୀର ମୃତଦେହକୁ ନେବାକୁ ଧନା ମାଝୀ ଆମ୍ବୁଲାନ୍ସରେ ନେଇପାରିନଥିଲେ।