କଳାହାଣ୍ଡି: ଦୁଇ ଦାଦନ ଶ୍ରମିକଙ୍କ ହାତ ପାପୁଲି କାଟିଥିବା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

33

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ନୂଆଗୁଡା ଓ ପିପିଲିଗୁଡା ଗ୍ରାମର ଦୁଇ ଦାଦନ ଶ୍ରମିକଙ୍କ ହାତ ପାପୁଲି କଟା ଘଟଣାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ । ମାମଲାର ଶୁଣାଣି କରି ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୈାରାଜଜ । ଏହା ସହ ଅଭିଯୁକ୍ତଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଅର୍ଥ ଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି କୋର୍ଟ । ଶ୍ରମିକ ଦୁଇଜଣ ହାଇଦ୍ରାବାଦକୁ ଦାଦନ ଖଟିବା ପାଇଁ ଦଲାଲଙ୍କ ସହ ଯାଉଥିଲେ । କିନ୍ତୁ ଯିବା ବାଟରେ ଶ୍ରମିକ ଦୁଇ ଜଣ କଥା ମାନିନଥିଲେ । ଏଥିରେ ଦଲାଲମାନେ ଉତକ୍ଷିପ୍ତ ହୋଇ ଟିଟିଲାଗଡ ନିକଟସ୍ଥ ଜଙ୍ଗଲକୁ ନେଇ ଦୁଇ ଜଣଙ୍କ ହାତ ପାପୁଲି କାଟି ଦେଇଥିଲେ ।