ଖଟତଳେ ଗଡୁଛି ବର୍ଷଯାକର ପରିଶ୍ରମ ! କଳାହାଣ୍ଡି ପରେ ଦେବଗଡରେ ପିଆଜ ଚାଷୀଙ୍କ ଦୁଖ

36

କନକ ବ୍ୟୁରୋ : କଳାହାଣ୍ଡିରୁ ଦେବଗଡ ଚାରିଆଡେ ପିଆଜ ଚାଷୀଙ୍କ ସମାନ ସ୍ଥିତି । ଉତ୍ପାଦନ ଅଧିକ ହୋଇଥିବାବେଳେ ବ୍ୟବସାୟୀ କିଣୁନଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ସାଇତିବାକୁ ଯାଗା ନଥିବାରୁ ଘରେ ଖଟତଳେ ଗଡୁଛି ପିଆଜ । ଆଉ ଚାଷୀଙ୍କ ମାଇବାପ ସାଜିଥିବା କୃଷି ଓ ସମବାୟ ବିଭାଗ ମନ୍ତ୍ରୀଙ୍କ ବୟାନ ଅଜବ । ସମବାୟ ମନ୍ତ୍ରୀଙ୍କ ଯୁକ୍ତି ଅଧିକ ଉତ୍ପାଦନ ହୋଇଥିବାରୁ ସମସ୍ୟା ଉପୁଜିଛି । ସେପଟେ କୃଷମନ୍ତ୍ରୀଙ୍କ ପାଖରେ ନାହିଁ ଚାଷୀଙ୍କ ଅଭାବୀ ବିକ୍ରିର ଖବର । କହିଛନ୍ତି ଉତ୍ପାଦନର କିଭଳି ମାର୍କେଟ ଲିଂକେଜ କରାଯିବ ସେନେଇ ପଦକ୍ଷେପ ନେବେ ।

ରାଜ୍ୟରେ ବିଜେଡି ସରକାରଙ୍କ ୧୭ ବର୍ଷ ଶାସନରେ ଚାଷୀଙ୍କ ଉତ୍ପାଦନ କିଭଳି ସାଇତା ଯିବ, କିଭଳି ବଜାରରେ ପହଂଚିବ ସେନେଇ କିଛି ଆଖିଦୃଷିଆ ପଦକ୍ଷେପ ନିଆଗଲା ନାହିଁ । ଆଉ ଟାମୋଟୋ, କୋବି, ବାଇଗଣ ପରି ଏବେ ପିଆଜ ଚାଷୀ ବି ଅଭାବୀ ବିକ୍ରିର ଶିକାର ହେଲେଣି ।