ଭବାନୀପାଟଣା : ଅଟୋ-ଟ୍ରକ୍‌ ମୁହାଁମୁହିଁ, ୩ ମୃତ

47

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରଥାନା ଫୁରଲିଝରଣକୁ ବଣ ଭୋଜି କରି ଫେରୁଥିବା ବେଳେ ଦୁର୍ଘଟଣା । ଏକ ଜେସିପି ବୋଝେଇ ଟ୍ରଲର ଭାରସାମ୍ୟ ହରାଇ ଗୋଟିଏ ବସ ଦୁଇଟି ବୋଲେରୋ, ଗୋଟେ ସ୍କୁଟି ଏବଂ ଗୋଟେ ଅଟୋକୁ ଧକ୍କା ମାରିଛି । ଫଳରେ ଅଟୋରେ ବସିଥିବା ତିନିଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଚାରିଜଣ ଗୁରୁତର ଆହତ ହୋଇଛନ୍ତି ।

ଅପରାହ୍ନରେ ବଣ ଭୋଜି କରି ଫେରୁଥିବା ବେଳେ ହଠାତ ଏହି ଟ୍ରଲର ଭାରସାମ୍ୟ ହରାଇ ଏମାନଙ୍କୁ ଧକ୍କା ମରିଥିଲା । ଯେଉଁଥିରେ ଅଟୋରେ ଥିବା ନକଟିଗୁଡା ଅଂଚଳର ତିନିଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡିଛି । ଗୁରୁତର ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ପୁରୁଷ ଅଛନ୍ତି । ମହିଳା ଓ ବ୍ୟକ୍ତିମାନେ ଭବାନୀପାଟଣା ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ଅବସ୍ଥା ବି ସଂକଟାପନ୍ନ ରହିଛି । ଖବର ପାଇ ସଦର ପୋଲିସ ଟ୍ରକକୁ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ  ଗିରଫ କରିଛି ।