ରାଜ୍ୟରେ ୧୫ ଜିଲ୍ଲାରେ ଆଜି ହୋଇପାରେ କାଳବୈଶାଖୀ ! ସତର୍କ ରହିବା ପାଇଁ ପାଣିପାଗ ବିଭାଗର ନିର୍ଦ୍ଦେଶ

ରାଜ୍ୟରେ ୧୫ ଜିଲ୍ଲାରେ ଆଜି ହୋଇପାରେ କାଳବୈଶାଖୀ !

238
କନକ ବ୍ୟୁରୋ : ମାଲକାନଗିରିରୁ ମୟୂରଭଞ୍ଜ ହେଉ ଅଥବା ବଲାଙ୍ଗୀରରୁ ବାଲେଶ୍ବର। ରାଜ୍ୟର ୧୫ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ। ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ସାଙ୍ଗକୁ ୪୦ରୁ ୫୦ କିମି ବେଗରେ ପବନ ବୋହିବ। ଘଡ଼ଘଡ଼ି ସହ ବଜ୍ରପାତର ବି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ବୁଧବାର ପୂର୍ବାହ୍ନ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବ।

ଏଥିସହ ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ୪୦କିମି ବେଗରେ ପବନ ହେବାର ଆଶଙ୍କା ରହିଛି। ୧୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପଡ଼ିପାରେ।

ମତାମତ

Your email address will not be published.