ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ! ପ୍ରଭାବରେ ଭାଙ୍ଗିଲା ଶତାଧିକ ଘର

29

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ । ଗତକାଲି ସଂଧ୍ୟାରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷା ପବନ ଫଳରେ ମାଲାକନଗିରି ଆହାର କେନ୍ଦ୍ରର ଛାତ ଭାଙ୍ଗି ଯାଇଛି । ଏହାସହ ପୋଟେରୁ ଅଂଚଳରେ ଶତାଧିକ ଘର ଭାଙ୍ଗି ନଷ୍ଟ ହୋଇଯାଇଛି । ବଡବଡ ଗଛ ସବୁ ଉପୁଡି ପଡିଛି ।