ଚଣ୍ଡିଗଡର ବିଷ କନ୍ୟା ! ୧୫୧ ଥର ମୃତ୍ୟୁକୁ ଦେଇଛନ୍ତି ମାତ୍

90

ଆପଣ ସାଧାରଣତଃ ସାପ ଦଂଶନ ଘଟଣା ବିଭିନ୍ନ ସମୟରେ ଶୁଣିବାକୁ ପାଇଥିବେ । ଆଉ ଅନେକ ସମୟରେ ଏଥିରେ ଲୋକଙ୍କ ମୃତ୍ୟୁ ହୋଇଥାଏ । କିନ୍ତୁ ବିଶ୍ୱରେ ଏଭଳି ଜଣେ ମହିଳା ଅଛନ୍ତି ଯିଏ କି ୧୫୧ ଥର ସାପ ଦଂଶନର ଶିକାର ହୋଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଲା ଏତେ ଥର ସାପ କାମୁଡିବାର ଶିକାର ହୋଇଥିଲେ ମଧ୍ୟ ତାଙ୍କ ଶରୀରକୁ ଭେଦ କରିପାରି ନାହିଁ ସାପର ବିଷ ।

ଚଣ୍ଡିଗଡରେ ବାସ କରୁଥିବା ଏହି ବିଷକନ୍ୟା ହେଉଛନ୍ତି ୬୦ ବର୍ଷୀୟ କଳା ଦେବୀ । ପ୍ରଥମ ଥର କଳାଦେବୀଙ୍କୁ ଯେତେବେଳେ ସାପ କାମୁଡି ଥିଲା ସେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା । କଳାଦେବୀଙ୍କ ପରିବାର ଲୋକ କୁହନ୍ତି ଯେ, ପ୍ରଥମେ ଜଡିବୁଟି ମାଧ୍ୟମରେ କଳାଦେବୀଙ୍କ ଶରୀରରୁ ସାପର ବିଷକୁ ବାହାର କରାଯାଉଥିଲା । କିନ୍ତୁ ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଛି ।

ଅଧିକାଂଶ ସମୟରେ ଏଭଳି ହୁଏ, ଯେ କଳାଦେବୀ ଲଗାତର ଭାବେ ୬ ରୁ ୭ ଦିନଧରି ଅଚେତ୍ ମଧ୍ୟ ରୁହନ୍ତି । ସମସ୍ତ ଡାକ୍ତର ଏବଂ ବିଶେଷଜ୍ଞ ସହିତ କଳାଦେବୀଙ୍କ ସଂପର୍କରେ ଆଲୋଚନା କରାଯାଇଛି । ମାତ୍ର କିଛି ସୁଫଳ ମିଳିପାରି ନାହିିଁ । ତେବେ ଆଶ୍ଚର୍ଯ୍ୟକର କଥା ହେଲା ତାଙ୍କ ଶରୀରରେ ଏଭଳି କୌଣସି ସ୍ଥାନ ବାଦ୍ ପଡିନି ଯେଉଁଠିକି ତାଙ୍କୁ ସାପ କାମୁଡି ନାହିଁ ।

ସେପଟେ କଳାଦେବୀ କୁହନ୍ତି, ଏବେ ତାଙ୍କୁ ସାପ କାମୁଡିବା ଏକ ପ୍ରକାର ଅଭ୍ୟାସ ହୋଇ ଗଲାଣି । ସାପ କାମୁଡିବା ପୂର୍ବରୁ ହିଁ ତାଙ୍କୁ ଜଣା ପଡିଯାଉଛି । ତେବେ ପ୍ରଥମେ ପ୍ରଥମେ ତାଙ୍କ ପରିବାର ଲୋକ ଓ ତାଙ୍କୁ ଭୟ ଲାଗୁଥିଲା । ମାତ୍ର ଧିରେ ଧିରେ ସେମାନଙ୍କ ଭୟ ଶେଷ ହୋଇଯାଇଛି ବୋଲି କଳାଦେବୀ କହିଛନ୍ତି  ।

ବର୍ତ୍ତମାନ କଳାଦେବୀଙ୍କ ଶରୀରରେ ବିଷର ଜ୍ୱାଳା ପ୍ରତିଫଳିତ ହେଲାଣି ଅର୍ଥାତ୍ ତାଙ୍କ କିଡନୀରେ ସମସ୍ୟା ଦେଖାଦେବାକୁ ଲାଗିଛି । ଶରୀର ସମେତ ଆଖିର ରଙ୍ଗ ମଧ୍ୟ ହଳଦିଆ ଦେଖା ଗଲାଣି । ମାତ୍ର ୬୦ ବର୍ଷ ବୟସର ଏହି ମହିଳା ଜଣକ ଘରର ସମସ୍ତ କାର୍ଯ୍ୟ ତୁଲାଇ ପାରୁଛନ୍ତି । ତେବେ ଡାକ୍ତରଙ୍କ କହିବାନୁସାରେ, କଳାଦେବୀଙ୍କ  ମଧ୍ୟରେ ଏକ ଦୈବିକ ଶକ୍ତି ରହିଛି ଯେଉଁଥି ପାଇଁ ସାପର ବିଷ ତାଙ୍କର କୌଣସି ବି କ୍ଷତି ଘାଟାଇ ପାରିନାହିଁ  ।