ଚୋରକୁ ମହଙ୍ଗା ପଡିଲା ଚୋରୀ ! ୪ ଘଂଟା ଧରି ଗଛରେ ବାନ୍ଧି ରଖିଲେ ଗ୍ରାମବାସୀ

23

କନକ ବ୍ୟୁରୋ : ଚୋରି କରିବାକୁ ଆସି ହଟାହଟା ଚୋର । କାକଟପୁର ଗମ୍ଭୀରପଦା ଗାଁରେ ଜଣେ ଚୋରକୁ ଗ୍ରାମବାସୀ ମାନେ କାବୁ କରିବା ପରେ ପୁଲିସ ଜିମା ଦେଇଛନ୍ତି । ଦୀର୍ଘ ୪ ଘଂଟା ଧରି ଚୋରକୁ ଗଛରେ ବାନ୍ଧି ରଖିଥିଲେ ଗ୍ରାମବାସୀ । ଗତକାଲି ବିଳମ୍ବିତ ରାତିରେ ଏହି ଚୋରି ଜଣକ ୫ ଜଣଙ୍କ ଘରେ ପଶି ଚୋରି କରିବାକୁ ଉଦ୍ୟମ କରିଥିଲା । ଏହା ପରେ ରାତି ସାରା ଗ୍ରାମବାସୀମାନେ ଚୋରଟିକୁ ପିଛା କରିଥିଲେ । ଶେଷରେ ସକାଳେ ଚୋରକୁ କାବୁ କରିବାରେ ସକ୍ଷମ ହୋଇଥିଲେ ଗ୍ରାମବାସୀ । ଗତ କିଛି ମାସ ହେବ ଗମ୍ଭୀରପଦା ଗାଁରେ ଆତଙ୍କରାଜ ଚଳାଇଥିଲା । ଚୋରର ଛୁରାମାଡରେ ଜଣେ ବୃଦ୍ଧ ଆହତ ମଧ୍ୟ ହୋଇଛନ୍ତି ।