ମନ୍ଦିର ହୁଣ୍ଡିରେ ପୁଳା ପୁଳା ଟଙ୍କା : କାକଟପୁର ମଙ୍ଗଳା ହୁଣ୍ଡିରୁ ବାହାରିଲା ୧୧ଲକ୍ଷ ୨୩ହଜାର ଟଙ୍କା

71

କନକ ବ୍ୟୁରୋ : ମନ୍ଦିର ହୁଣ୍ଡିରୁ ବାହାରୁଛି ପୁଳା ପୁଳା ଟଙ୍କା । ବୁଧବାର ରାୟଗଡାର ମଝିଘରିଆଣି ମନ୍ଦିର ହୁଣ୍ଡିରୁ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ପୁରୁଣା ନୋଟ୍ ବାହାରିଥିଲା । ଗୁରୁବାର କାକଟପୁର ମଙ୍ଗଳା ମନ୍ଦିର ହୁଣ୍ଡିରୁ ୧୧ଲକ୍ଷ ୨୩ହଜାର ଟଙ୍କା ବାହାରିଛି । ଏହା ଭିତରେ ରହିଛି ୪୪ଟି ହଜାରେ ଟଙ୍କିଆ ଓ ୧୨୫ଟି ପାଂଚ ଶହ ଟଙ୍କିଆ ଅଚଳ ନୋଟ୍ । ହୁଣ୍ଡିରୁ ମୋଟ୍ ୧ଲକ୍ଷ ୬ହଜାର ୫୦୦ଟଙ୍କା ଅଚଳ ନୋଟ୍ ବାହାରିଛି ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।