ଖୋଲିଲା କାକଟପୁର ମା’ମଙ୍ଗଳାଙ୍କ ଦ୍ୱିତୀୟ ହୁଣ୍ଡି । ତହସିଲଦାର ଓ ସେବାୟତଙ୍କ ଉପସ୍ଥିତିରେ ଚାଲିଛି ଦାନ ଅର୍ଥ ଗଣତି ।

43

କନକ ବ୍ୟୁରୋ: ଆଜି କାକଟପୁର ମା ମଙ୍ଗଳାଙ୍କ ଦ୍ୱିତୀୟ ହୁଣ୍ଡି ଖୋଲିଛି । କାକଟପୁର ତହସିଲଦାର, ଦେବୋତର ନିରୀକ୍ଷକ ଓ ଅନ୍ୟ ବରିଷ୍ଠ କର୍ମଚାରୀଙ୍କ ଉପସ୍ଥିତିରେ ହୁଣ୍ଡିକୁ ଖୋଲାଯାଇଛି। ଏହା ପରେ ହୁଣ୍ଡିରୁ ଦାନ ଅର୍ଥ ବାହାର କରାଯାଇ ମନ୍ଦିର ଟ୍ରଷ୍ଟବୋର୍ଡ ଅଫିସରେ ଗଣା ଚାଲିଛି । ଗତ ୭ ତାରିଖରେ ପ୍ରଥମ ହୁଣ୍ଡିରୁ ମୋଟ ୧୧ ଲକ୍ଷ ୭୦ ହଜାରରୁ ଅଧିକ ଟଙ୍କା ବାହାରିଥିଲା । କଡା ସୁରକ୍ଷା ମଧ୍ୟରେ ଗଣାକାମ ଚାଲିଛି । ସଂଧ୍ୟାସୁଦ୍ଧା ଦ୍ୱିତୀୟ ହୁଣ୍ଡିରୁ କେତେ ଦାନଅର୍ଥ ବାହାରିଲା ତାହା ଜଣାପଡିବ ।

ପୂର୍ବରୁ ଅନେକ ସମୟରେ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା ମନ୍ଦିରରେ ଅବ୍ୟବସ୍ଥା ଦେଖାଦେଇଛି । ବ୍ୟାପକ ଅନିୟମିତତା ଓ ବିଶୃଙ୍ଖଳା ଯୋଗୁଁ ଉଭୟ ସେବାୟତ ଓ ଭକ୍ତ ଅସନ୍ତୁଷ୍ଟ ଥିବା ଖବର ବାରମ୍ବାର ଆସିଥିଲା । ଏହାକୁ ନେଇ ମଧ୍ୟ ସେବାୟତମାନେ ଅନେକ ସମୟରେ ପ୍ରଶ୍ନ ଉଠାଇଥିଲେ । ଯେପରିକି କାହିଁକି ଖୋଲା ଯାଉନାହିଁ ଦାନ ଅର୍ଥରେ ଭର୍ତ୍ତି ମଙ୍ଗଳାଙ୍କ ହୁଣ୍ଡି ? ଭକ୍ତ ନିରାସରେ ଦାନ ଅର୍ଥ ଫେରାଇ ନେବା ପାଇଁ ଦାୟୀ କିଏ ? ଏଭଳି ଅନେକ ପ୍ରଶ୍ନ ଉଠାଇବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ କାକଟପୁରକୁ ଅଧିକ ଗୁରୁତ୍ୱ ଦେଇ ଏହାର ସମାଧାନ କରିଥିଲେ । ଫଳରେ ଗତ ୭ ତାରିଖ ଦିନ ପ୍ରଥମ ହୁଣ୍ଡି ଖୋଲା ଯାଇଥିଲା । ସେଥିରୁ ମୋଟ ୧୧ଲକ୍ଷ ୭୦ ହଜାର ଟଙ୍କା ବାହାରିଥିଲା । ଆଜି କଡା ସୁରକ୍ଷାରେ ଗଣତି ଚାଲିଛି ।