ରାମ୍ପ ସୋ’ରେ ଅଧ୍ୟାପିକା : କଲେଜ ପିଲାଙ୍କ ସହ ସାଢୀ ପିନ୍ଧି ରାମ୍ପରେ ଚାଲିଲେ ମ୍ୟାଡ଼ାମ୍,ଯୁକ୍ତ ତିନ ପ୍ରଥମ ବର୍ଷର ଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ କାକଟପୁର ସ୍ଥିତ ମହିଳା କଲେଜରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ

710

କନକ ବ୍ୟୁରୋ : ଦିଦିଙ୍କ ରାମ୍ପ ସୋ । କଲେଜ ପିଲାଙ୍କ ସହ ସାଢୀ ପିନ୍ଧି ରାମ୍ପରେ ଚାଲିଲେ ଅଧ୍ୟାପିକା । କାକଟପୁର ସ୍ଥିତ ନେତ୍ରାନନ୍ଦ ସାହୁ ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନ ପ୍ରଥମ ବର୍ଷର ଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏହି ଅବସରରେ କଲେଜ ଅଧ୍ୟାପିକା ଅମିୟବାଳା ପରିଡ଼ାଙ୍କ ରାମ୍ପରେ ସୋ ବେଶ ଆକର୍ଷଣୀୟ ଥିଲା ।

ଜଣେ ଜଣେ କଲେଜ ପିଲାଙ୍କ ସହ ମିଶି ରାମ୍ପରେ ଚାଲିଥିଲେ ଦିଦି । ଏହାଦ୍ୱାରା କଲେଜ ପିଲାମାନେ ଖୁବ୍ ଖୁସି ହୋଇଥିବା ବେଳେ କଲେଜ ପରିସରରେ ଏକ ଆନନ୍ଦଦାୟକ ପରିବେଶ ସୃଷ୍ଟି ହୋଇଥିଲା । ସିନିୟର ଛାତ୍ରମାନେ ନୁତନ ଛାତ୍ରୀଙ୍କୁ ଫୁଲ ଦେଇ ସ୍ୱାଗତ କରିଥିଲେ । ଏହା ସହ ଛାତ୍ରୀ ମାନଙ୍କ ଦ୍ୱାର ବିଭିନ୍ନ ନାଚ ଏବଂ ସଂଗୀତ ଭିତ୍ତିକକାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

କଲେଜରେ ପଢୁଥିବା ୫ଜଣ ଛାତ୍ରୀ ବିିଭିନ୍ନ ଷ୍ଟାଇଲରେ ରାମ୍ପରେ ଚାଲିଥିଲେ । ଛାତ୍ରୀମାନଙ୍କ ସହ ଶାଢୀ ପିନ୍ଧି ସାମିଲ ହୋଇଥିଲେ କଲେଜ ଅଧ୍ୟାପିକା ।