କାକଟପୁର ମା ମଙ୍ଗଳାଙ୍କ ପୀଠରେ ଚୈତ୍ର ପର୍ବ ଆରମ୍ଭ ! ରଙ୍ଗଖେଳ ଓ ଲଉଡି ଖେଳରେ ଭକ୍ତିମୟ ପରିବେଶ

127

କନକ ବ୍ୟୁରୋ: କାକଟପୁର ମା ମଙ୍ଗଳାଙ୍କ ପୀଠରେ ଚୈତ୍ର ପର୍ବ ଆରମ୍ଭ ହୋଇଛି । ପ୍ରଥମ ମଙ୍ଗଳବାରରେ ନେତ୍ରୋତ୍ସବ ଆରମ୍ଭ ହୋଇଛି । ପାରମ୍ପରିକ ରାତିନୀତିରେ ପୁରୁଣା ଧ୍ୱଜାକୁ ଓହ୍ଳାଯାଇ ନୂଆ ନେତକୁ ମନ୍ଦିରର ଚୁଡାରେ ବନ୍ଧା ଯାଇଛି । ଏଥିପାଇଁ ମାଙ୍କ ନେତକୁ ସେବାୟତ ମାନେ ୭ଘେରା ମନ୍ଦିର ପରିକ୍ରମା କରାଇଥିଲେ ।

ଏହାସହ ରଙ୍ଗଖେଳ ଓ ଲଉଡି ଖେଳ ମନ୍ଦିର ପରିବେଶକୁ ଭକ୍ତିମୟ କରିଦେଇଥିଲା । ଏହାସହ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଥିଲେ ମା ମଙ୍ଗଳା । ଆଜି ଚୈତ୍ର ପର୍ବ ପାଇଁ ଭୋର ୪ଟାରୁ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଥିଲା । ମନ୍ଦିର ଆସିଥିବା ମାନସିକଧାରୀମାନେ ପନ୍ଥେଇ ପୂଜା କରିଥିଲେ । ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

ଅନ୍ୟପଟେ, ଜଗତସିଂହପୁର ଜିଲ୍ଲା ବାଲିକୁଦା ସ୍ଥିତ ଅଳକା ନଦୀ କୂଳରେ ଆରମ୍ଭ ହୋଇଛି ବାଲିଯାତ୍ରା । ୨୦୦ ବର୍ଷ ତଳରୁ •ଲି ଆସି ଥିବା ଏହି ବାଲିଯାତ୍ରାରେ ରହିଛି ଅନେକ ଐତିହ ଓ ପରମ୍ପରା । ପ୍ରତିବର୍ଷ ଦୋଳ ପୂର୍ଣ୍ଣିମା ଠାରୁ ଆରମ୍ଭ ହେଉଥିବା ଏହି ଯାତ୍ରା ଦୀର୍ଘ ଦେଢ ମାସ ଧରି ଏଠାରେ ଦୋଳ ମେଲଣ ହେଉ ଥିବାରୁ ପ୍ରବଳ ଜନ ସମାଗମ ହୋଇଥାଏ ।

ଏଠାରେ ବିଭିନ୍ନ ସୁଆଦିଆ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ଘର କରଣା ସାମଗ୍ରୀ ଦୋକାନ, ଦୋଳି ଆଦି ପଡିଥିବା ସହିତ ବିଭିନ୍ନ ଅଂଚଳରୁ ଦର୍ଶକ ମାନେ ଏଠାକୁ ଆସି ବେଶ୍ ମଜା ନେଇଥାନ୍ତି । ଏହି ବାଲିଯାତ୍ରା ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ବ୍ୟବସାୟୀ ମାନେ ଆସିଥାନ୍ତି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ବେଶ୍ ଭଲ ବ୍ୟବସାୟ ହୋଇଥାଏ ବୋଲି ବ୍ୟବସାୟୀ ମାନେ ଆଶା ରଖିଛନ୍ତି ।