ଚୈତ୍ର ପ୍ରଥମ ମଙ୍ଗଳବାର : କାକଟପୁର ମା’ ମଙ୍ଗଳାଙ୍କ ନେତ୍ରୋତ୍ସବ ଆରମ୍ଭ

125

କନକ ବ୍ୟୁରୋ : ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । କାକଟପୁର ଅଧିଷ୍ଟାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ଆଜି ଚଳଚଂଚଳ । ଆଜି ହେଇଛି ମାଆଙ୍କର ଜନ୍ମଉତ୍ସବ ବା ପ୍ରସିଦ୍ଧ ନେତ୍ରୋତ୍ସବ । ଆଜି ମା ରାଜରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ପୁରପଲ୍ଲୀରେ ମାନସିକଧାରୀ ମହିଳାଙ୍କ ଦ୍ୱାରା ପନ୍ଥେଇ ପୂଜା ଗାଁ ପରିବେଶକୁ ମୁଖରିତ କରିଛି
କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ନେତ୍ରଉତ୍ସବ ଆରମ୍ଭ ହୋଇଯାଇଛି । ଆଜି ମା’ ରାଜରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ହଜାର ହଜାର ଶ୍ରଦ୍ଧାଳୁ ଧାଡ଼ିରେ ଆସି ମାଆଙ୍କୁ ଦର୍ଶନ କରିଛନ୍ତି । ସେବକ ମାନେ ମାଆଙ୍କ ଧ୍ୱଜାକୁ ବିମାନରେ ସୁସଜିତ କରି ବେଢା ପରିକ୍ରମା କରିବା ପରେ ମନ୍ଦିର ଚୁଡ଼ାରେ ବନ୍ଧାଯାଇଥିଲା । ଘଂଟ ଘଂଟାରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା ।

ଏହି ଯାତ୍ରା ୫ ମଙ୍ଗଳବାର ଅନୁଷ୍ଠିତ ହେବ । ଆଜି ପ୍ରଥମ ପାଳି ଯାତ୍ରାରେ ଯାଦବ ଭାଇ ମାନଙ୍କ ଲଉଡ଼ିଖେଳ, ଘଂଟ ପାଟୁଆ ନୃତ୍ୟ ସହ ପୁରପଲ୍ଲୀରେ ମାନସିକଧାରୀଙ୍କ ଗହଳି ଦେଖିବାକୁ ମିଳିଥିଲା । ମା ମଙ୍ଗଳାଙ୍କ ପୀଠରେ ଏହି ଯାତ୍ରା ୫ଦିନ ଅନୁଷ୍ଠିତ ହେବାକୁ ଥିବାବେଳେ ଆହୁରି ଅନେକ ଶ୍ରଦ୍ଧାଳୁଙ୍କ ଭିଡ ହେବ ବୋଲି ଅନୁମାନ କରାଯାଉଛି ।