ରାଜ୍ୟରେ ଗୋଟିଏ ଦିନରେ ୨ଟି ଦୁଷ୍କର୍ମ ମାମଲା : କାକଟପୁର ଅଞ୍ଚଳରେ ନାବାଳିକାକୁ ଘରୁ ନେଇ ଦୁଷ୍କର୍ମ ଅଭିଯୋଗ

44

କନକ ବ୍ୟୁରୋ : ରାଜ୍ୟରେ ବଢିଚାଲିଛି ଦୁଷ୍କର୍ମ ମାମଲା । ଆଜି ଗୋଟିଏ ଦିନରେ ଦୁଇ ଦୁଇଟି ଦୁଷ୍କର୍ମ ମାମଲା ଆଲୋଡନ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା କାକାଟପୁର ଅଞ୍ଚଳରେ ଜଣେ ନାବାଳିକା ଯୁବତୀଙ୍କୁ ଘରୁ ଡାକିନେଇ ଦୁଷ୍କର୍ମ ହୋଇଥିବା ପରିବାର ପକ୍ଷରୁ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି । ତେବେ ଯୁବତୀ ଜଣକ ଗତକାଲି କଲେଜ ଆସିଥିବା ସମୟରେ କୈାଣସି କାରଣରୁ ସେ ବାହାରକୁ ଆସିଥିଲେ ଓ ସେତିକି ବେଳେ ଛାତ୍ରୀଙ୍କୁ କିଛି ଯୁବକ ଜୋର ଜବଦରଦସ୍ତ ନେଇ ଦୁଷ୍କର୍ମ କରିଥିବା ନେଇ କାକଟପୁର ଥାନାରେ ଅଭିଯୋଗ ହୋଇଛି ।

ତେବେ ଯୁବତୀ ଜଣକ ଘରକୁ ଆସି ତାଙ୍କ ମାଙ୍କ ପାଖରେ ସମସ୍ତ ଘଟଣା କହିଥିଲେ । ପରେ ଥାନାରେ ମାମଲା ରୁଜୁ ହେବାସହ ପୀଡିତାଙ୍କ ଡାକ୍ତରମାଇନା କରାଯାଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ତଦନ୍ତ କରି ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ୨ଟି ଦୁଷ୍କର୍ମ ହୋଇଥିବା ଖବର ମିଳିଛି । ମାଲକାନଗିରିରେ ମଧ୍ୟ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ସେହି ଯୁବକଙ୍କୁ ଦୁଷ୍କର୍ମକାରୀ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ବଳାତ୍କାର ହୋଇଥିବା ପୀଡିତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।