ନିଆଁ ଉଜାଡି ଦେଲା ଭାତହାଣ୍ଡି ! କାକଟପୁରର ୭ଟି ଗାଁରେ ଏକର ଏକର ପାଖୁଡି କିଆରିରେ ଅଗ୍ନିକାଣ୍ଡ

29

କନକ ବ୍ୟୁରୋ : ନିଆଁ ଉଜାଡି ଦେଲା ଭାତ ହାଣ୍ଡି । ପାଖୁଡି କିଆରିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଶହଶହ ଏକର ମୂଲ୍ୟବାନ ପାଖୁଡି । ୧୨ଘଂଟା ପରେ ଜଳୁଛି ନିଆଁ । ହଜାର ହଜାର ଚାଷୀ ସର୍ବସ୍ୱାନ୍ତ । ପୁରୀ ଜିଲ୍ଲା କାକଟପୁର ବ୍ଲକରେ ଥିବା କଣ୍ଢେଇ , ଜଳେଶ୍ୱର ପଡା ପଂଚାୟତରେ ଥିବା ୭ଟି ଗାଁରେ ଥିବା ପାଖୁଡି କିଆରିରେ ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୫ଟି ଦମକଳ ଗାଡି ପହଁଚିଥିଲେ ମଧ୍ୟ ନିଆଁକୁ ଆୟତ କରି ପାରିନାହାଁନ୍ତି । ପାଖୁଡିକୁ ପାନ ବରଜର କଂଚାମାଲ ଭାବେ ବ୍ୟବହାର କରାଯାଏ । ତେଣୁ ଏହା ଚାଷୀକୂଳକୁ ସମ୍ପୂର୍ଣ୍ଣ ଉଜାଡି ଦେଇଛି ।