ଛୋଟ ବେଳେ ଝାଡୁ ପୋଛା କରୁଥିଲେ ଅଭିନେତ୍ରୀ କାଜୋଲ,ଏବେ ପିଲାଙ୍କୁ କରାଉଛନ୍ତି ସେହି କାମ

113

ଅଭିନୟ ତ ସମସ୍ତେ କରନ୍ତି କିନ୍ତୁ ପୋଖତ ଅଭିନେତା ହେବା ଖୁବ କଷ୍ଟ । ଯାହାକୁ ପ୍ରମାଣ କରିଛନ୍ତି ଅଭିନେତ୍ରୀ କାଜୋଲ । ସେ ତାଙ୍କର ମନଲୋଭା ଅଭିନୟରେ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି । କେବଳ ସେତିକି ନୁହେଁ ବରଂ ଅଭିନୟର ୨୫ ବର୍ଷ ମଧ୍ୟରେ ସେ କେବେ ମଧ୍ୟ ଛୁଟି ନେଇନଥିବା ସୂଚନା ମିଳିଛି ।

kajol_with_kids_1451802664_725x725ବାସ୍ତବରେ କାଜୋଲ “ସ୍ୱଚ୍ଛ ଆଦତ ସ୍ୱଚ୍ଛ ଭାରତ” କ୍ୟାମ୍ପେନ ପାଇଁ ଆଡ଼ଭୋକେସି ଆମ୍ବାସେଡର ରୂପରେ ନିୟୋଜିତ ହୋଇଛନ୍ତି । କେବଳ ଯେ ସାମାଜିକ କାର୍ଯ୍ୟରେ ନିୟୋଜନ ହୋଇ ସମାଜକୁ ପରିଷ୍କାର କରିବାର ଦାୟିତ୍ୱ ନେଇନାହାଁନ୍ତି ବରଂ ସେ ନିଜକୁ ମଧ୍ୟ ଖୁବ ପରିଷ୍କାର ଓ ପରିଛନ୍ନ ରଖିବାକୁ ପସନ୍ଦ କରନ୍ତି । ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ହେଲେ ମଧ୍ୟ ସେ ତିଳେମାତ୍ର ଗର୍ବ କରନ୍ତି ନାହିଁ । ସମସ୍ତଙ୍କ ଭଳି ସେ ମଧ୍ୟ ପ୍ରତିଦିନ ତାଙ୍କ ଘରେ ମଧ୍ୟ ଛାଡୁ କରିବା ସହ ସଫା କରିଥାନ୍ତି । ଜଣେ ସେଲିବ୍ରିଟି ଘର ସଫା କରିବା ଏହା ଅନେକଙ୍କୁ ବିଶ୍ୱାସ ହେଉନଥିବ । କିନ୍ତୁ କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ । କେବଳ ସେତିକି ନୁହେଁ ବରଂ କାଜୋଲ ନିଜ ପିଲାଙ୍କୁ ମଧ୍ୟ ଏହି କାମ କରାଇଥାନ୍ତି ।

କାଜୋଲ ଛୋଟବଳେରୁ ହିଁ ଫିଲ୍ମ ବ୍ୟାକଗ୍ରାଉଣ୍ଡରେ ବଢିଛନ୍ତି । କିନ୍ତୁ କୌଣସି କାମ କରିବାକୁ ସେ ଘୃଣା କରନ୍ତି ନାହିଁ । କଜୋଲଙ୍କ କହିବା ଅନୁସାରେ ଏହି ଶିକ୍ଷା ତାଙ୍କ ମା ତନୁଜାଙ୍କ ଠାରୁ ସେ ପାଇଛନ୍ତି । ତେଣୁ କୌଣସି କାମକୁ ସେ ଛୋଟ କିମ୍ବା ବଡ଼ ବୋଲି ଭାବନ୍ତି ନାହିଁ । ସେ ଏହା ମଧ୍ୟ କୁହନ୍ତି ଯେ କୌଣସି କାମକୁ ଛୋଟ ଭାବିବା ଅନୁଚିତ । ଏହାଛଡା ଛୋଟବେଳୁ ଘର ଏବଂ ବାଥରୁମ ସଫା କରିବା ପାଇଁ ତାଙ୍କ ମା ତାଙ୍କୁ ଶିଖାଇଥିଲେ ।ତେଣୁ ସେ ଛୋଟବେଳେ ଏହି ସବୁ କାମ କରୁଥିଲେ । ତନୁଜାଙ୍କ କହିବା ଅନୁସାରେ ଯଦି କେଉଁଦିନ କାମ କରିବା ଲୋକ ନ ଅସନ୍ତି ତେବେ ନିଜେ ଏହି କାମ କରିବା ଦରକାର । ତେବେ ମା’ଙ୍କର ଏହି ଶିକ୍ଷା କାଜୋଲ ତାଙ୍କ ପିଲାଙ୍କୁ ମଧ୍ୟ ଦେଇଛନ୍ତି ।