ଶିକ୍ଷା ଆଗରେ ହାର ମାନିଲା ବୟସ : ୫୦ ବର୍ଷ ବୟସରେ ଦଶମ ବୋର୍ଡ ପରୀକ୍ଷାରେ ଫାଷ୍ଟ କ୍ଲାସ ମାର୍କ ରଖି ଉଦାହରଣ ସାଜିଲେ କୈଳାଶ ତୁକାରାମ ସିନ୍ଦେ

29

ଶିକ୍ଷା ପୁରା କରିବା ପାଇଁ ଆୟୁର କୈାଣସି ସୀମା ନଥାଏ, କେବଳ ମନରେ ଦୃଢ଼ ଇଚ୍ଛା ଶକ୍ତି ଏବଂ ଅଧ୍ୟବସାୟ ଥିବା ଜରୁରୀ ବୋଲି ସାବ୍ୟସ୍ତ କରି ଦେଇଛନ୍ତି ପୁଣେ ମନପା ଦମକଳ ବିଭାଗର ଜଣେ କର୍ମୀ । ସେ ୫୦ ବର୍ଷ ବୟସରେ ଏସଏସସି ପରୀକ୍ଷାରେ ୬୧. ୨୯% ମାର୍କ ହାସଲ କରି ସଫଳତା ପାଇଛନ୍ତି । ସେ ହେଉଛନ୍ତି ଚୈାହାନ ନଗର ନିବାସୀ କୈଳାଶ ତୁକାରାମ ସିନ୍ଦେ ।

ତୁକାରାମ ସିନ୍ଦେ ୧୯୭୪ ମସିହାରେ ପର୍ବତୀ ସ୍ଥିତ ହୀରେ ବିଦ୍ୟାଳୟରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ, ହେଲେ ତାଙ୍କ ଘରର ପରିସ୍ଥିତି ଖରାପ ହେବାରୁ ତାଙ୍କୁ ପାଠପଢା ଛାଡିବାକୁ ପଡିଲା । କିନ୍ତୁ ୧୦ମ ପୁରା ନ କରିପାରିବାର କଷ୍ଟ ତାଙ୍କ ମନରେ ସବୁବେଳେ ରହୁଥିଲା । ପରେ ସେ ପୁଣେ ମନପା ଦମକଳ ବିଭାଗରେ ଫାୟାର ମ୍ୟାନ ପଦରେ ନିଯୁକ୍ତ ହେଲେ । ଚାକିରୀ ଓ ଘର ପରିବାର ସମ୍ଭାଳୁଥିବାରୁ ସେ ପାଠପଢ଼ା ପୁରା କରିପାରିନଥିଲେ ।

ଦମକଳ ବିଭାଗର ମୁଖ୍ୟ ଦମକଳ ଅଧିକାରୀ ପ୍ରଶାନ୍ତ ରଣପିସେ ତାଙ୍କୁ ପ୍ରୋତ୍ସାହିତ କରି ଏସଏସସିର ଫର୍ମ ଭରିବାକୁ କହିଲେ । ସିନ୍ଦେ ବି ପାଠପଢ଼ା ପୁରା କରିବା ଆଶାରେ ଫର୍ମ ଭରିଲେ ଏବଂ ପାଠପଢ଼ାରେ ଲାଗିଗଲେ । ଚାକିରୀ, ଘର ଏବଂ ନିଜର ସ୍ୱାସ୍ଥ୍ୟକୁ ସମ୍ଭାଳି ପଢ଼ିଲେ ଓ ପରୀକ୍ଷା ଦେଲେ । ଏବଂ ସେ ଫାଷ୍ଟ କ୍ଲାସରେ ପାସ ହେଲେ । ସିନ୍ଦେ ଏକ ଭଲ ପହିଲମାନ ଏବଂ ନିୟମିତ ରୂପେ ସେ ବ୍ୟାୟାମ କରନ୍ତି । ଏଥିପାଇଁ ସେ ଦମକଳ ବିଭାଗରେ ମଧ୍ୟ ବେଶ୍ ପରିଚିତ । ତାଙ୍କର ଦ୍ୱାଦଶ ଏବଂ ଆଗକୁ ଡିଗ୍ରୀ ହାସଲ କରିବାର ବି ଇଚ୍ଛା ଅଛି ।