ସୁରକ୍ଷିତ ଶୈଶବ, ସୁରକ୍ଷିତ ଭାରତ ! ଶିଶୁ ଯୌନ ଶୋଷଣ ଓ ଶିଶୁ ଚାଲାଣ ବିରୁଦ୍ଧରେ କୈଳାଶ ସତ୍ୟାର୍ଥୀଙ୍କ ଭାରତ ଯାତ୍ରା

29

କନକ ବ୍ୟୁରୋ : ଆଜିର ଶିଶୁ ଆସନ୍ତା କାଲି ଦେଶର ନାଗରିକ । ଦେଶର ଭବିଷ୍ୟତ । କିନ୍ତୁ ଦେଖାଯାଉଛି ଆମର ସମାଜରେ ଏହି ଶିbharat ytra-1ଶୁ ହେଛନ୍ତି ଅବହେଳିତର ଶିକାର । ଯୌନ ଶୋଷଣ ଓ ଯୌନ ଉତ୍ପୀଡନର ଶିକାର ହେଉଛନ୍ତି ଏହି କୋମଳମତି ଶିଶୁମାନେ । ଆଉ ଏଥିରେ ଶିଶୁର ପରିବାର ଓ ସଂପର୍କୀୟ ଲୋକ ବହୁମାତ୍ରାରେ ସଂପୃକ୍ତ । ସମାଜର ଏହି ସମ୍ବେଦନଶୀଳ ମାମଲାକୁ ନେଇ ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ ଉଠେଇଛନ୍ତି ମହତ୍ ପଦକ୍ଷେପ । ଆଉ ଆରମ୍ଭ କରିଛନ୍ତି ଭାରତ ଯାତ୍ରା । ଯାହାକି ଆଜି (୨୬ସେପ୍ଟେମ୍ବର) ଭୁବନେଶ୍ୱରରେ ପହଁଚିଛି। ଏଥିରେ ଅନେକ ସ୍ୱେଚ୍ଛାସେବୀ ସଂଗଠନ ଓ ଲୋକ ଯୋଗ ଦେଇଛନ୍ତି । ଏହି ଭାରତ ଯାତ୍ରାର ଲକ୍ଷ୍ୟ , ଭାରତର ପ୍ରତି ଶିଶୁକୁ ସୁରକ୍ଷାର ବଂଚିବାର ଅଧିକାର ଦେବା ।ଭାରତ ଯାତ୍ରା ୨୨ଟି ରାଜ୍ୟ ଦେଇ ୧୧ହଜାର କି.ମି ଅତିକ୍ରମ କରିବାର ଅଛି ।

BHARAT YATRAନୋବେଲ ଶାନ୍ତି ପୁରସ୍କାର ବିଜେତା ଶ୍ରୀଯୁକ୍ତ କୈଳାଶ ସତ୍ୟାର୍ଥୀ ନିଜର ମତ ଦେଇ ମିଡିଆକୁ କହିଛନ୍ତି , ପୁଲିସର ସୁରକ୍ଷା ଦେବା ପରେ ବି ସମାଜରେ ଯେଉଁ ଚେତନା ଆବଶ୍ୟକ , ଯେଉଁ ସ୍ୱର ଉଠିବା କଥା ତାର ଊଣା ରହିଛି । ୭୦ ପ୍ରତିଶତ ମାମଲାରେ ଆମ ଦେଶରେ ଶିଶୁଙ୍କ ସହ ଯୌନ ଶୋଷଣ କରିବା ଲୋକ ନିଜର ସଂପର୍କୀୟ ଓ ପରିବାର ଲୋକ ହିଁ ହୋଇଥାନ୍ତି । ଏବଂ ଏହି ମାମଲାକୁ ଲୁଚାଇ ରଖିଦେଇଥାନ୍ତି । ୧୦ ବର୍ଷ ପୂର୍ବରୁ ଏକ ରିପୋର୍ଟ ଆସିଥିଲା ଯେ ,୫୩ ପ୍ରତିଶତ ଶିଶୁଙ୍କ ସହ ଭାରତରେ କେଉଁଠି ନା କେଉଁଠି ଯୌନଶୋଷଣ ଘଟୁଛି ।

ସତ୍ୟାର୍ଥୀ ଦୃଢତାର ଯୌନ  ଏହି ନାରା ଦେଇ କହିଛନ୍ତି , ମୁଁ ଏଇଥି ପାଇଁ ଭାରତ ଯାତ୍ରା ପଦଯାତ୍ରାରେ ବାହାରିଛି ମୋର ଭାରତର ଶିଶୁ ଭୟମୁକ୍ତ ହୁଅନ୍ତୁ । ସମାଜରେ ଆଇନ ଠିକରେ ଲାଗୁ ହେଉ । ଏବେବି ଦୁଷ୍କର୍ମକାରୀ ଲୋକ ମୁକ୍ତଭାବେ ବୁଲୁଛନ୍ତି । ସେମାନଙ୍କୁ କଡା ଦଣ୍ଡ ଦିଆଯାଉ ।