ଦେଶରେ ଶିଶୁଙ୍କ ପ୍ରତି ବଢୁଛି ଯୌନ ଶୋଷଣ ! ଉଦବେଗ ପ୍ରକାଶ କଲେ ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ

27

କନକ ବ୍ୟୁରୋ : ଦେଶରେ ଶିଶୁଙ୍କ ପ୍ରତି ବଢୁଥିବା ଯୌନଶୋଷଣ ନେଇ ଉଦବେଗ ପ୍ରକାଶ କରିଛନ୍ତି ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ । ଆଜି ଭୁବନେଶ୍ୱରରେ ଓଡିଶା ନାଗରିକ ସମାଜ ପକ୍ଷରୁ ଆୟୋଜିତ ଉତ୍ସବରେ ସେ ସାମିଲ ହୋଇ ଏନେଇ ଚିନ୍ତାପ୍ରକଟ କରିଛନ୍ତି । ଶିଶୁ ବିକାଶରେ ନାଗରିକ ସମାଜର ଭୂମିକା ଶୀର୍ଷକ ଆଲୋଚନା କରିବା ବେଳେ ସେ କହିଛନ୍ତି ଶିଶୁଙ୍କ ବିକାଶ ପାଇଁ ସମାଜର ସବୁବର୍ଗ ଏକାଠି ହେବା ଜରୁରୀ ।

ଶିଶୁ ଶ୍ରମିକ, ଅଶିକ୍ଷା, ଅପପୁଷ୍ଟି ନେଇ ସଂଗ୍ରାମ ଜରୁରୀ ବୋଲି ସେ କହିଛନ୍ତି । ଏହା ଛଡା କେନ୍ଦ୍ର ସରକାର ମଧ୍ୟ ଶିଶୁ ବିରୋଧରେ ହେଉଥିବା ଅପରାଧକୁ ରୋକିବା ନେଇ ଅଧିକ ତତ୍ପର ପ୍ରକାଶ କରିବା ଉଚିତ ବୋଲି କହିଛନ୍ତି । ଏହି ସଭାରେ ଡା. ଭଗବାନ ପ୍ରକାଶ, ସୌମ୍ୟରଂଜନ ପଟ୍ଟନାୟକ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।