କଳିଯୁଗର କୈଳାସ : ଝିଟିପିଟି ଖାଇ ଯିଏ ପାଲଟିଛନ୍ତି ବିଷ ପୁରୁଷ

59

ସୁସ୍ୱାଦୁ ଖାଦ୍ୟ ଖାଇବା ସମସ୍ତଙ୍କର ଇଚ୍ଛା । ମାତ୍ର ଖାଦ୍ୟରେ ଯଦି ଆମେ ପୋକ ପଡ଼ିଥିବାର ଦେଖୁ ତ କଥା ସରିଲା । ମାତ୍ର ଜୀବଜନ୍ତୁଙ୍କୁ ନିଜର ଖାଦ୍ୟ ଭାବେ ଗ୍ରହଣ କରିବା କଥା ଶୁଣିଲେ ହୁଏତ ଆଶ୍ଚଯ୍ୟ ଲାଗିବ । କିନ୍ତୁ ଏମିତି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମୈନା ଗାଁର କୈଳାସଙ୍କ କ୍ଷେତ୍ରରେ । ଝିଟିପିଟି ଦେଖିଲେ କୈଳାସଙ୍କ ପାଟିରୁ ଲାଳ ବାହାରି ଆସେ । ଝିଟିପିଟି ଖାଇବା ଅଭ୍ୟାସ କୈଳାସଙ୍କୁ ଟାଣି ଆଣିଛି ଚର୍ଚ୍ଚା ପରିସରକୁ । ଏଭଳି ଏକ ଖବର ପ୍ରକାଶ କରିଛି ଦୈନିକ ଜାଗରନ୍ ।

ଦୀର୍ଘ ୨୦ ବର୍ଷ ଧରି ଝିଟିପିଟି ଖାଇବା ଅଭ୍ୟାସ କୈଳାସଙ୍କୁ ବିଷ ପୁରୁଷର ଆଖ୍ୟା ଦେଇଛି । ଝିଟିପିଟିର ସୁପ୍ରୁ ଆରମ୍ଭ ହୁଏ କୈଳାସଙ୍କର ଦିନ । ଝିଟିପିଟିକୁ ସିଝାଇ ନିଜର ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି କୈଳାସ । ଏବଂ ଝିଟିପିଟି ସିଝା ପାଣିକୁ ନିଜର ପାନୀୟଜଳ ରୂପେ ବ୍ୟବହାର କରିଥାନ୍ତି ଏହି ବିଷ ପୁରୁଷ । ଶୋଇବା ପୂର୍ବରୁ ୩ଟି ଝିଟିପିଟିର ଜୁସ୍ ନ ପିଇଲେ ନିଦ ହୁଏ ନାହିଁ କୈଳାସଙ୍କୁ । ବର୍ତମାନ ପର୍ଯ୍ୟନ୍ତ ୬୦ରୁ ଉର୍ଦ୍ଧ ପ୍ରଜାତିର ପୋକଙ୍କ ସ୍ୱାଦ ଚାଖିଥିବା କୈଳାସଙ୍କୁ କୌଣସି ବିଷାକ୍ତ ଜୀବ କାମୁଡ଼ିଲେ ମଧ୍ୟ କିଛି ହୁଏ ନାହିଁ । ସେଥିପାଇଁ ଗାଁରେ କାହାକୁ ସାପ କାମୁଡ଼ିଲେ ଖୋଜାପଡ଼େ କୈଳାସଙ୍କୁ।