କାଟଲୁନ୍ ଚିଟଫଣ୍ଡ ସଂସ୍ଥାର ମୁଖ୍ୟ କୈଳାଶ ଚନ୍ଦ୍ର ସେଠୀଙ୍କୁ ଗିରଫ କଲା କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ

17

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କାଟଲୁନ୍ ଚିଟଫଣ୍ଡ ସଂସ୍ଥାର ମୁଖ୍ୟ କୈଳାଶ ଚନ୍ଦ୍ର ସେଠୀଙ୍କୁ କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ ଗିରଫ କରିଛି। । ଭୁବନେଶ୍ୱର ଓ ଗଂଜାମ ରେ ଶାଖା ଖୋଲି ଲୋକଙ୍କଠୁ ୫ କୋଟିର ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି  । ଗଂଜାମ ବୁଗୁଡା ଥାନାରେ ଏନେଇ ରାମକୃଷ୍ଣ ପାଣି ଅଭିଯୋଗ କରିଥିଲେ । ଅଧିକ ସୁଧ ହାର ଲୋଭ ଦେଖାଇ ଲୋକଙ୍କ ଠାରୁ ୫ କୋଟି ଟଙ୍କା ଠକେଇ କରିଥିବା ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ। ଏହାକୁ ଭିତି କରି ତାଙ୍କୁ ଗିରଫ କରାଯାଇଛି ।