ରାଜଧାନୀର ଗଳିକନ୍ଦିରୁ ସଚିବାଳୟ,ବିଡ଼ିଏ ଓ ବିଏମସି ସବୁଠି ଶୁଭୁଥିଲା-ଭାଇ ଖଣ୍ଡେ ପାସ୍ ମିଳିବ କି ?

ନିଜ ସମ୍ପର୍କୀୟ ଏବଂ ସାଙ୍ଗ ସାଥୀମାନେ ଗ୍ୟାସ୍ ବୁକିଂ କଲା ଫୋନ୍ କଲ କରି କହୁଥିଲେ ଯେ, କାଲି ପାଇଁ ୨ଟା ହକି ମ୍ୟାଚ୍ ପାସ୍ ଦେବୁ ହକିର ନ ହେଲେ ବି ଡଟ୍ ଫେଷ୍ଟର ପାସ୍ ୪ଟା ଦେବୁ  ।

333

କନକ ବ୍ୟୁରୋ: ଦୀର୍ଘ ୨ ସପ୍ତାହ ହେଲା ଖାଲି ଘନ ଘନ ଫୋନ୍ । ସଚିବାଳୟରୁ ଆରମ୍ଭ କରି ଆଇ.ଆଣ୍ଡ୍.ପି.ଆର୍, ବିଡ଼ିଏ ଓ ବିଏମସି ଭଳି ଅଫିସରେ ଖାଲି ଗୋଟିଏ ଶବ୍ଦ ଶୁଣା ଯାଉଥିଲା ଯେ ଭାଇ ଖଣ୍ଡେ ପାସ୍ ମିଳିବ କି ? ଗୋଟେ ହେଲେ ବି ଚଳିବ , ଘରେ ପିଲା ଛୁଆ ବସେଇ ଦେଉନାହାନ୍ତି , ଭାଇ ଖଣ୍ଡେ ପାସ୍ ଦିଅନ୍ତୁ ୧୦୦ ଟଙ୍କିଆ ହେଲେ ବି ଚିଳେଇ ଦେବୁ । ଯେଉଁମାନେ ଦିନେ କେବେ ମନେ ପକାନ୍ତି ନାହିଁ ରାତି ଅଧରୁ ଉଠାଇ ହକି ବିଶ୍ୱକପ୍ ଓ ସିଟି ଡଟ୍ ଫେଷ୍ଟର ପାସ୍ ପାଇଁ ସେମାନଙ୍କର ଫୋନ କଲ୍ ଆସୁଥିଲା । 

ହକି ବିଶ୍ୱକପର ଅନ୍ତିମ ଦିବସ ଆଜି ହୋଇଥିଲେ ମଧ୍ୟ ସାରା ଓଡ଼ିଶାରେ ହକି ଫିଭର ଦେଖିବାକୁ ମିଳିଛି । ଉଦ୍-ଘାଟନୀ ଦିବସ ଠାରୁ ଆରମ୍ଭ କରି ଉଦ୍-ଯାପନୀ ଦିବସ ପର୍ଯ୍ୟନ୍ତ ପାସ୍ ପାସ୍ ଖାଲି ପାସ୍ ଖଣ୍ଡେ ମିଳିବ କି ଶବ୍ଦ ଶୁଣାଯାଉଥିଲା । ନିଜ ସମ୍ପର୍କୀୟ ଏବଂ ସାଙ୍ଗ ସାଥୀମାନେ ଗ୍ୟାସ୍ ବୁକିଂ କଲା ଭଳି ଫୋନ୍ କଲ କରି କହୁଥିଲେ ଯେ, ସାଙ୍ଗରେ କାଲି ପାଇଁ ୨ଟା ହକି ମ୍ୟାଚ୍ ପାସ୍ ଦେବୁ ହକିର ନ ହେଲେ ବି ଡଟ୍ ଫେଷ୍ଟର ପାସ୍ ୪ଟା ଦେବୁ । ଯଦି ନା ଉତ୍ତର ଦେଲ ତାହା ହେଲେ କଥା ସରିଲା , ଜବାବରେ ପାସ୍ ମାଗିଥିବା ବ୍ୟକ୍ତି ଜଣକର ଉତ୍ତର ଏଭଳି କିଛି ଶୁଣିବାକୁ ମିଳେ ଯେ, ଭାଇ କ’ଣ ଯେ ତମର, ଉପର ଲେଭଲରେ ଚିହ୍ନା ପୁୁଣି ଏତେ ମନ୍ତ୍ରୀ ଆଇଏଏସ ମାନଙ୍କ ସହିତ ବସାଉଠା ଥାଇ ଗୋଟେ ହେଲେ ବି ପାସ୍ ଦେଇପାରିବନି, ଛାଡ଼ ଆଜିର ନହେଲେ କାଲି ପାଇଁ ଗୋଟେ କି ୨ଟା ପାସ୍ ଦେଖ ପ୍ଲିଜ୍ । ହକି ନ ହେଉ ଡଟ୍ ଫେଷ୍ଟ ପାସ୍ ହେଲେ ଚଳିବ । ଏମିତି କିଛି ଢ଼ଙ୍ଗରେ ଦୀର୍ଘ ୧୫ ଦିନ ହେଲା ଶୁଣିବାକୁ ମିଳୁଥିଲା ।

ଗତ ନଭେମ୍ବର ୨୮ ତାରିଖରୁ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ ଉତ୍ସବ ପାଇଁ ଆଜି ପର୍ଯ୍ୟନ୍ତ ପାସ୍ ପାସ୍ ଏବଂ ଖାଲି ପାସ୍ ଶବ୍ଦ ଶୁଣିବାକୁ ମିଳୁଥିଲା । ଏତିକି ନୁହେଁ ହକି ସହିତ ରାଜଧାନୀର ଛାତି ଉପରେ ହେଉଥିବା ଡଟ୍ ଫେଷ୍ଟ ଫେଷ୍ଟିଭାଲ ପାଇଁ ମଧ୍ୟ ଯେଉଁ ପାସ୍ ପାଇଁ ଫୋନ୍ କରି ବସେଇ ଉଠେଇ ଦେଉନଥିଲେ ସମ୍ପର୍କୀୟ ଓ ସାଙ୍ଗସାଥୀ । ସବୁଠାରୁ ରୋଚକ ବିଷୟ ହେଲା ଯେଉଁ କଲ୍ ସବୁ ଦୀର୍ଘ ୧୫ ଦିନରୁ ଉଦ୍ଧ୍ୱର୍ ହେବ ଆସୁଥିଲା ଆଉ କାଲିଠାରୁ ହୁଏତ ଆସିବାର ସମ୍ଭାବନା କମିଯିବ । କାରଣ ଆଜି ହକି ବିଶ୍ୱକପ ଓ ଡଟ୍ ପେଷ୍ଟର ଅନ୍ତିମ ଦିବସ । ସେ ଯାହା ହେଉ ଆମ ଜାତୀୟ ଖେଳ ହକି ପାଇଁ ଲୋକଙ୍କ ଉକ୍ରଣ୍ଠା ଏବଂ ଉତ୍ସାହ ଦେଖିବାକୁ ମିଳିଛି ଏହି ବିଶ୍ୱକପ ମହାକୁମ୍ଭ ଆୟୋଜନରେ ।