ଦିଲ୍ଲୀ ରାଜନୀତି ସହ ବିଜେଡ଼ିର କେଉଁ ଉପକୂଳିଆ ନେତାଙ୍କ ଭିତିରି ବୁଝାମଣା !

ମୋଦିଙ୍କ ହନୁମାନ ସହ ବିଜେଡିର ୩ ବିଭୀଷଣଙ୍କ ଭିତିରି ସମ୍ପର୍କ !

681

କନକ ବ୍ୟୁରୋ: ଆଗାମୀ ୨୦୧୯ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ବଢ଼ିବାରେ ଲାଗିଛି । କାହିଁକି ନା ଠିକ୍ ନିର୍ବାଚନ ସମୟରେ କେଉଁ ପାଣି କେଉଁ କୂଳ ଦେଇ ବୋହିଯିବ ତାହା କାହାକୁ ଜଣା ନାହିଁ । ସେହିଭଳି ନିର୍ବାଚନୀ ବୈତରଣୀ ନଦୀରେ ପାରି ହୋଇ କିଏ କେଉଁ ଦଳରେ ସାମିଲ ହେବ ତାହା ମଧ୍ୟ ସସପେନ୍ସରେ ରହିଛି । ଏଭଳି କ୍ଷେତ୍ରରେ ବିଜେପି ଏବଂ ବିଜେଡ଼ି ମଧ୍ୟରେ ରହିଛି ଗଭୀର ସମ୍ପର୍କ ବୋଲି ଖଟିରେ ଚର୍ଚ୍ଚା ଜୋର ଧରିଛି ।

ଶୁଣିବାକୁ ମିଳିଛି ଯେ, ବିଜେଡ଼ିର ୩ ବରିଷ୍ଠ ନେତାଙ୍କ ଲିଙ୍କ୍ ସିଧାସଳଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରହିଛି ଏବଂ ଆଗାମୀ ନିର୍ବାଚନରେ ବିଜେଡ଼ିର ଏହି ନେତାମାନଙ୍କ ସହଯୋଗ ପାଇଁ ଭିତିରି ବୁଝାମୁଣା ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଏପରିକି ଏହି ୩ ବିଜେଡ଼ି ନେତାମାନେ ଦଳ ମଧ୍ୟରେ ରହି ପ୍ରତିଟି ଦଳୀୟ କାର୍ଯ୍ୟ ବିଷୟରେ ଧର୍ମେନ୍ଦ୍ରଙ୍କୁ ଅବଗତ କରାଉଛନ୍ତି । ଯାହା ଦର୍ଶାଉଛି ଯେ, ଧର୍ମେନ୍ଦ୍ରଙ୍କ ସହ ଏହି ୩ ଏକ ପ୍ରକାର ଡିଲ୍ ହୋଇସାରିଛି । ତେଣୁ ହୁଏତ ଆଗାମୀ ନିର୍ବାଚନରେ ଏହି ବିଜେଡ଼ିର ୩ବରିଷ୍ଠ ନେତାଙ୍କ ଭୂମିକା ଦଳ ଉପରେ ବେଶ୍ ପ୍ରଭାବ ପକାଇବ ।

modiତେବେ ଏହି ୩ଜଣ ନେତା ବିଜେଡ଼ି ସରକାରରେ ମନ୍ତ୍ରୀମଣ୍ଡଳରେ ଦାୟିତ୍ୱଭାର ତୁଲାଇ ସାରିଛନ୍ତି । ଗତ ୨୦୧୭ ବର୍ଷରେ ହୋଇଥିବା ବିଜେଡ଼ି ସରକାର ନବକଳେବରରେ ଏହି ୩ ଜଣଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ଦେଇଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏବେ ଏହି ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ଲାଇମଲାଇଟ୍ ନେତାମାନେ ରାଜ୍ୟ ବିଜେପିର ସର୍ବେସର୍ବା ଧର୍ମେନ୍ଦ୍ରଙ୍କ ସହ ସୁ-ସମ୍ପର୍କ ରଖିଛନ୍ତି ବୋଲି ଗାଁଠୁ ସହରର ଚା’ଖଟିରେ ଚର୍ଚ୍ଚା ଜୋର ଧରିଛି ।

BJD-BJPଅନ୍ୟପଟେ ନିଜସ୍ୱ ଦଳରେ ଏହି ୩ ନେତା ଆସନ୍ତା ନିର୍ବାଚନରେ ଟିକେଟ୍ ନପାଇବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି । ସେଥିପାଇଁ ଏଭଳି ଘର ଢ଼ିଙ୍କି କୁମ୍ଭୀର ଭଳି କାର୍ଯ୍ୟାକଳାପ କରୁଛନ୍ତି ବୋଲି ବିଜେଡ଼ର ଅନ୍ଦର ମହଲରେ ମଧ୍ୟ ଟୁପୁରୁ ଟାପୁରୁ ହେଉଛନ୍ତି । ତେବେ ଆଗାମୀ ନିର୍ବାଚନରେ ପ୍ରକୃତରେ ବିଜେଡ଼ି କାହିଁକି ଏଭଳି ବିରୋଧୀଙ୍କ ଦଳରେ ମଧ୍ୟ କିଛି ନେତା ଆପୋଷ ବୁଝାମଣା କରୁଥିବା ଚର୍ଚ୍ଚା ହେଉଛି । ତେଣୁ ନିର୍ବାଚନ ପାଖେଇ ଆସୁଥିବାରୁ ଏଭଳି ଉଥଲ ପୁତଲ ହେବା ସ୍ୱାଭାବିକ ପ୍ରକ୍ରିୟା ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।