ବଡ ପରଦାରେ ଓଡିଶା ଚାଷୀଙ୍କ ସମସ୍ୟା ! ଓଡିଆ ସିନେ ନିର୍ମାତା ନୀଳମାଧବ ପଣ୍ଡାଙ୍କ ବଲିଉଡ ସିନେମା ‘କଡ଼ଓ୍ଵି ହାଓ୍ଵା’ର ଟ୍ରେଲର ରିଲିଜ

65

ବଲିଉଡ଼ରେ ଏବେ ଦର୍ଶକ ଦେଖିବାକୁ ପାଇବେ ଓଡ଼ିଶାର ଉପକୂଳବାସୀଙ୍କ ସମସ୍ୟା । ପାଣିପାଗ ପରିବର୍ତ୍ତନ ସାଙ୍ଗକୁ ସରକାରୀ ଯୋଜନାର ବିଫଳତା ଯୋଗୁଁ କିଭଳି ଚାଷୀ ହନ୍ତସନ୍ତ ହେଉଛି ତାହା ଦର୍ଶକ ଦେଖିବାକୁ ପାଇବେ । ଏହାଛଡା ସମୁଦ୍ରରେ ଜଳସ୍ତର ବଢିବା ଯୋଗୁଁ କିଭଳି ଉପକୂଳବାସୀ ନିଜର ଭିଟାମାଟି ହରାଉଛନ୍ତି ତାହା ଦର୍ଶକ ଦେଖିବାକୁ ପାଇବେ । ଏହି ସିନେମାର ନାମ ହେଲା ‘କଡ଼ଓ୍ଵି ହାଓ୍ଵା’ । ଏଥିରେ ଓଡିଶା ଓ ବୁନ୍ଦେଲଖଣ୍ଡର ଚାଷୀଙ୍କ ସମସ୍ୟା ବି ଦର୍ଶକ ଦେଖିବେ । ଏହି ସିନେମାର ଟ୍ରେଲର ରିଲିଜ ହୋଇଥିବାବେଳେ ଏହାର ନିର୍ଦେଶନା ଦେଇଛନ୍ତି ଓଡିଆ ପୁଅ ତଥା ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା । ଏହି ସିନେମାରେ ମୁଖ୍ୟ ଭୁମିକାରେ ସଂଜୟ ମିଶ୍ରା, ରଣବୀର ସୋରୀ, ତିଲୋତ୍ତମା ସୋମେ ଓ ଭୂପଶ ସିଂ ପ୍ରମୁଖ ଅଭିନୟ କରିଛନ୍ତି ।

ଆସନ୍ତା ୨୪ ତାରିଖରେ ସିନେମାଟି ରିଲିଜ ହେବାକୁ ଥିବାବେଳେ ଏହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ସିନେମାର କାହାଣୀ ମୁତାବକ ଜଳସଙ୍କଟରେ ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ ଅଂଚଳ ପ୍ରଭାବିତ ହୋଇଛି । ଯାହାଫଳରେ ହଜାର ହଜାର ଏକର ଜମିରେ ଚାଷ ନ ହେଇ ଶୁଖିଲା ହୋଇ ପଡିରହିଛି । ସେହିପରି ଓଡିଶାରେ ଗ୍ଲୋବାଲ ୱାର୍ମିଂ କାରଣରୁ ସମୁଦ୍ର ଜଳସ୍ତର ବଢୁଥିବାବେଳେ ସମୁ୍ଦ୍ରକୁଳିଆ ଲୋକଙ୍କ ଭିଟାମାଟି ସମୁଦ୍ରରେ ଲୀନ ହୋଇଯାଉଛି । ଆଉ ଏହା ଦେଖି ଓଡିଆ ଯୁବକଟିଏ ତାହାର ପରିବାରକୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚାହୁଁଛି ।

ଗୋଟିଏ ପଟେ ଓଡିଶାରେ ଅଧିକ ପାଣି ଯୋଗୁଁ ପ୍ରଳୟର ସମ୍ଭାବନା ଦେଖା ଦେଇଥିବାବେଳେ ଅନ୍ୟପଟେ କିନ୍ତୁ ବୁନ୍ଦେଲଖଣ୍ଡରେ ପାଣି ସମସ୍ୟା ଯୋଗୁଁ ଅଭାବନୀୟ ପରିସ୍ଥିତି ଦେଖାଦେଇଛି ।ଏହି ସିନେମାରେ ସଂଜୟ ମିଶ୍ରା ଜଣେ ଅନ୍ଧ ବୃଦ୍ଧ ଭୁମିକାରେ ଅଭିନୟ କରିଛନ୍ତି । ଚାଷ ପାଇଁ ସେ ଋଣ ଜରିଥିବା ବେଳେ ଜମି ଶୁଖିଲା ପଡିବା ଯୋଗୁଁ ଚାଷ ହୋଇପାରିନାହିଁ । ଆଉ ଋଣ ସୁଝିବାକୁ ସେ ବହୁତ ପରିଶ୍ରମ କରୁଛନ୍ତି । ବଡ କଥା ହେଉଛି ଏହି ସିନେମାରେ ଲୋକପ୍ରିୟ ଡାଇଲଗ ଚର୍ଚ୍ଚା ସୃଷ୍ଟି କରିଛି । ଡାଇଲଗରେ ଶୁଣିବାକୁ ମିଳିଛି ଯେ ଯେତେବେଳେ ଏଇଠି ଛୁଆଟିଏ ଜନ୍ମ ହୋଇଥଏ ସେତେବେଳେ ସିଏ ତାହାର ହାତରେ ଭାଗ୍ୟ ବଦଳରେ ଋଣ ସୁଝିବାକୁ ଜନ୍ମ ହୋଇଥାଏ ।