କେବଳ ପୁଅ-ବୋହୁଙ୍କୁ ଚିହ୍ନି ପାରୁଛନ୍ତି ବିଗତ ଦିନର ଲୋକପ୍ରିୟ ଅଭିନେତା ! ଆସନ୍ତୁ ଜାଣିବା କିପରି ଅଛନ୍ତି କାଦର ଖାନ୍ ?

79

ବିଗତ ଦିନର ଲୋକପ୍ରିୟ ତଥା ବଲିଉଡ଼ର ପ୍ରସଦ୍ଧ ଅଭିନେତା କାଦର ଖାନ୍  ା ତାଙ୍କର ଅଭିନୟ ଦକ୍ଷତା ଏତେ ନିଖୁଣ ଯେ ସେ ସବୁ ଚରିତ୍ରକୁ ଭଲରେ ଫୁଟାଇ ପାରୁଥିଲେ । କେବଳ ଗୋଟିଏ ଚରିତ୍ରରେ ବାନ୍ଧି ହୋଇ ନଥିଲେ ସେ । କାଦର ଖାନ୍ ତାଙ୍କର ଅଭିନୟ ଜୀବନ ଭିତରେ ଖଳାନାୟକ, ଚରିତ୍ର ଅଭିନେତା ଠାରୁ ଆରମ୍ଭ କରି  ଜଣେ ହାସ୍ୟକଳାକାର ଭାବେ ଦର୍ଶକ ମହଲରେ ବେଶ ପ୍ରସିଦ୍ଧି ଲାଭ କରିଥିଲେ ।

ତେବେ ହିନ୍ଦୀ ସିନେମାର ସେହି ପ୍ରସିଦ୍ଧ କଳାକାର କାଦର ଖାନ୍ ଏବେ କିପରି ଅଛନ୍ତି ? କ’ଣ କରୁଛନ୍ତି ? ଏପରି ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ଉଠୁଥିବ । କାଦର ଖାନଙ୍କ ପ୍ରଶଂସକମାନେ ଯଦି ତାଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆମେ କହି ରଖୁଛୁ କାଦର ଖାନ୍ ଏବେ ବିଲକୁଲ ଠିକ୍ ଅଛନ୍ତି । କାଦର ଖାନ୍ ଏବେ କାନାଡ଼ାରେ ଅଛନ୍ତି । କିନ୍ତୁ ବୟସ ବୃଦ୍ଧି ଯୋଗୁଁ ତାଙ୍କର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜୁଛି ବୋଲି ଜଣାପଡ଼ିଛି  ା

ସ୍ପଟବୟ ଖବର ଅନୁସାରେ କାଦର ଖାନ୍ ଏବେ ଠିକରେ ଚାଲି ପାରୁ ନାହାନ୍ତି କି ଠିକରେ କଥା କହିପାରୁ ନାହାନ୍ତି । ସେ କେବଳ ନିଜ ପୁଅ ଓ ବୋହୂଙ୍କୁ ଚିହ୍ନି ପାରୁଛନ୍ତି ଓ ତାଙ୍କ କଥା ବୁଝି ପାରୁଛନ୍ତି । ଅନ୍ୟ ଲୋକଙ୍କୁ ଚିହ୍ନି ପାରୁନାହାନ୍ତି କାଦର ଖାନ୍  ା ତାଙ୍କ ବୋହୁ ଶାହିସ୍ତା କହଛନ୍ତି, ଚିନ୍ତାର କୌଣସି ବଷୟ ନାହିଁ, ସେ ବିଲକୁଲ ଠିକ ଅଛନ୍ତି  ା ବୟସ ଅଧିକ ହେତୁ ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି କାଦର ଖାନ୍ । ସେ ତାଙ୍କର ନାତି ନାତୁଣୀ ହମଜା ଓ ସାଇମାଙ୍କ ସହ ବହୁତ ସମୟ ବିତାଇବା ପାଇଁ ବହୁତ ପସନ୍ଦ କରୁଛନ୍ତି ।

ଖବର ଅନୁସାରେ କିଛି ସମୟ ପୂର୍ବରୂ କାଦର ଖାନଙ୍କ ପୁଅ ସରଫରାଜ କହିଥିଲେ କାଦର ଖାନଙ୍କୁ ଚାଲିବାରେ ସମସ୍ୟା ହେଉଛି । ତାଙ୍କୁ ସାହାରା ଦରକାର ପଡ଼ୁଛି, ଧରିକି ଚାଲିଲେ ଯାଇକି ସେ ଚାଲିପାରୁଛନ୍ତି । କିଛି ପାଦ ଚାଲିଲା ପରେ ସେ ଥକିି କି ବସି ପଡ଼ୁଛନ୍ତି । ଏହା ପୂର୍ବୁର କାଦର ଖାନଙ୍କର ଗୋଡ଼ର ଅସ୍ତ୍ରୋପଚାରୋ ହୋଇଥିଲା । ତା’ପର ଠାରୁ କାଦର ଖାନ୍ ଚାଲିବା ପାଇଁ ଡରୁଛନ୍ତି । ସୂଚନାଯୋଗ୍ୟ ବିଗତ ଦିନରେ କାଦର ଖାନଙ୍କ ମୃତ୍ୟୁର ଗୁରଜ ପ୍ରଚାରିତ ହୋଇଥିଲା । କିନ୍ତୁ ପରେ ତାଙ୍କ ପରିବାର ଲୋକ ଏକତା ମିଛ ବୋଲି ସ୍ପଷ୍ଟ କରିଥିଲେ ।