ବର୍ଷିଆନ ଅଭିନେତା କାଦର ଖାନ ଅସୁସ୍ଥ: ଶ୍ୱାସ ନେବାର ଅସୁସ୍ଥତା ଯୋଗୁଁ ଭେଂଟିଲେଟରରେ ଭର୍ତ୍ତି

କାନାଡାରେ ଚାଲିଛି ଚିକିତ୍ସା

192

କନକ ବ୍ୟୁରୋ:ବର୍ଷିଆନ ଅଭିନେତା କାଦର ଖାନ ଅସୁସ୍ଥ ହୋଇପଡିଛନ୍ତି । ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଯୋଗୁଁ ତାଙ୍କୁ ଭେଂଟିିଲେଟରରେ ରଖାଯାଇଛି । କାଦରଖାନ ନିଜ ପୁଅ ସରଫରାଜଙ୍କ ପାଖରେ କାନାଡାରେ ରହୁଛନ୍ତି । ସେ ବର୍ତମାନ ସବୁ ଜାଣିପାରୁଥିଲେ ବି କଥା କହିପାରୁନାହାନ୍ତି ।

ଦୀର୍ଘଦିନ ଧରି ବଲିଉଡର ଏହି ଅଭିନେତା ଅସୁସ୍ଥ ଅଛନ୍ତି । ଫଳରେ ବିଦେଶରେ ତାଙ୍କର ଚିକିତ୍ସା ଚାଲିଛି । ଅଶୀ ଓ ନବେଦଶକରେ ଅନେକ ହିଟ ଫିଲ୍ମରେ ଅଭିନୟ କରିଛନ୍ତି କାଦର ଖାନ । ଗୋବିନ୍ଦାଙ୍କ ସହ ତାଙ୍କ ଯୋଡି ଅନେକ ହିଟ ଫିଲ୍ମ ଦେଇଛନ୍ତି । ଏପରିକି ଜଣେ ଭଲ ସଂଳାପକାର ଭାବରେ ବି ତାଙ୍କର ନାଁ ରହିଛି ।