କାବୁଲର ଏକ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ : ୨୦ ମୃତ, ୫୦ ଆହତ

24

କନକ ବ୍ୟୁରୋ: ଶୁକ୍ରବାର ଦିନ ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ଶାଇଟି ମସଜିଦ୍ ଉପରେ ଘଣ୍ଟାଏ ଧରି ଆତ୍ମଘାତୀ ବୋମା ଏବଂ ବନ୍ଧୁକ ଆକ୍ରମଣ ଯୋଗୁଁ ୨୦ ଜଣ ଲୋକ ମୃତ୍ୟୁବରଣ କରିିଥିବେଳେ ପାଖାପାଖି ୫୦ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ତେବେ ଗୁଳି ଓ ବୋମା ବିସ୍ଫୋରଣ ଯୋଗୁଁ ବହୁ ଉପାସକ ମସଜିଦର ଝରକା ଭାଙ୍ଗି ବାହାରକୁ ଆସିବାକୁ ଉଦ୍ୟମ କରିଥିଲେ । ଘଟଣାସ୍ଥଳରୁ ମୃତାହତଙ୍କୁ ଆଣିବା ପାଇଁ ୧୦ଟି ଆମ୍ବୁଲାନ୍ସ ମୁତୟନ କରାଯିବା ସହ ନିରାପତ୍ତା ବଳ ମସଜିଦକୁ ବେଢ଼ି ରହିଥିଲେ ।

ଜଣେ କାବୁଲ୍ ପୁଲିସ ମୁଖପାତ୍ର କହିଛନ୍ତି, ଆତ୍ମଘାତୀ ବୋମା ବିସ୍ଫୋରଣକାରୀଜଣକ ମସଜିଦ ଭିତରେ ବୋମା ଫୁଟାଇଥିଲେ । ବନ୍ଧୁକ ଲଢ଼େଇରେ ୨ଜଣ ପୁଲିସ ଅଧିକାରୀ ନିହତ ହୋଇଥିବା ସୂଚନା ମିଳିଛି ।