ଟିକେଟ ଦେବାକୁ ମିଳିଥିଲା ପ୍ରତିଶୃତି, ଶେଷ ମୁହୂର୍ତ୍ତରେ ପ୍ରତିଶୃତି ଭାଙ୍ଗିଦେଲା ବିଜେପି । ବିନୋଦ ଖାନ୍ନାଙ୍କ ପତ୍ନୀ ଆଣିଲେ ବଡ ଅଭିଯୋଗ

255

ସ୍ୱର୍ଗତଃ ବଲିଉଡ୍ ଫିଲ୍ମ ଅଭିନେତା ଏବଂ ଭାରତୀୟ ଜନତା ପାର୍ଟିର ସାଂସଦ ବିନୋଦ ଖାନ୍ନାଙ୍କ ପତ୍ନୀ କବିତା ଖାନ୍ନା ବିଜେପି ଉପରେ ପ୍ରତିଶ୍ରୁତି ଭାଙ୍ଗିବାର ଅଭିଯୋଗ ଆଣିଛନ୍ତି । ଗୁରୁଦାସପୁର ଲୋକସଭା ଆସନ ପାଇଁ ବିଜେପି ଟିକେଟ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ପରେ ଟିକେଟ୍ ବଲିଉଡ୍ କଳାକାର ସନ୍ନି ଦେଓଲଙ୍କ ମିଳିଥିଲା । ଏହି ଖବର ପାଇବା ପରେ କବିତା ଖାନ୍ନା ନିରାଶ ହୋଇଥିବା କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଗତ ୨୦ବର୍ଷ ହେଲାଣି ମୁଁ ମୋ ସ୍ୱାମୀଙ୍କ ସହ ଗୁରୁଦାସପୁରର ବିକାଶ ଏବଂ ଲୋକମାନଙ୍କର ସମସ୍ୟାର ସମାଧାନ ପାଇଁ କାମ କରି ଆସୁଛି । ସ୍ୱାମୀଙ୍କ ଦେହାନ୍ତ ପରେ ମଧ୍ୟ ମୁଁ ମୋର ଏହି ସେବାଭାବ ମନରୁ ଦୂରେଇ ଦେଇ ନ ଥିଲି । କିନ୍ତୁ ଏତେ ସବୁ କରିବା ପରେ ଟିକେଟ ନ ପାଇ ମୁଁ ନିରାଶ ହୋଇଛି । ବିଜେପିର ପ୍ରତିଶ୍ରୁତି ନ ରଖିଥିବାରୁ ମୁଁ ଦୁଃଖିତ । କିନ୍ତୁ ଗୁରୁଦାସପୁର ଲୋକସଭା ଆସନ ବିଜେପିର ହେଉ, ତାହା ମୁଁ ଚାହୁଁଛି । ବିଜେପିକୁ ହିଁ ସଫଳତା ମିଳୁ ବୋଲି କହିଛନ୍ତି କବିତା ଖାନ୍ନା ।