ଏକାଠି ହେଉଛନ୍ତି ବିଜେପି ବିରୋଧୀ ! କୋଲକାତାରେ ମମତା ବାନାର୍ଜୀଙ୍କୁ ଭେଟିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ

49

କନକ ବ୍ୟୁରୋ : ତୃତୀୟ ସାମ୍ମୁଖ୍ୟ ନେଇ ସଂକେତ ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । କୋଲକାତାରେ ଉଭୟ ନେତାଙ୍କ ସାକ୍ଷାତ ପରେ ଅଣ ବିଜେପି ତଥା ଅଣ କଂଗ୍ରେସ ସାମ୍ମୁଖ୍ୟ ଗଠନ ନେଇ ସୂଚନା ଦେଇଛନ୍ତି ଦୁଇ ନେତା ।

ଗତକାଲି କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ । ଆଉ ଆଲୋଚନା ପରେ ଉଭୟ ଗଣମାଧ୍ୟମରେ ମିଳିତ ବିବୃତି ରଖିଥିଲେ । ଦେଶକୁ ଏବେ ତୃତୀୟ ସାମ୍ମୁଖ୍ୟର ଆବଶ୍ୟକତା ରହିଛି ଏବଂ ଏହାର ଆରମ୍ଭ ହୋଇଯାଇଛି, ଏବଂ ଖୁବ୍ ଶୀଘ୍ର ଅନ୍ୟ ଦଳଗୁଡିକୁ ଏଥିରେ ସାମିଲ ହେବା ନେଇ ଆଲୋଚନା କରାଯିବ ବୋଲି ଉଭୟ ସୂଚନା ଦେଇଥିଲେ ।